Odisha news

ଭିଜିଲାନ୍ସ ଜାଲରେ ଉପଜିଲ୍ଲପାଳ କିରାଣୀ

0
ଭିଜିଲାନ୍ସ ଜାଲରେ ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ଯରତ ବରିଷ୍ଠ କିରାଣୀ ଅକ୍ଷୟ ନାୟକ !ଆଜି ୮୦ ହଜାର ଟଂକା ଜମିଜୁମା ସଂକ୍ରାନ୍ତରେ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ  ରେଡ ହ୍ଯାଣ୍ଡଡ୍  ଧରା ପଡ଼ିଛି। ଘଚଣାରୁ ପ୍ରକାଶ ଯେ ମୋଟୁଥାନା ଅନ୍ତର୍ଗତ ଏମଭି-୮୩ ଗ୍ରାମର ଜୀବନ ମଣ୍ଡଳଂକ ଜମିଜମା ମାମଲାରେ ଜାରି ହୋଇଥିବା ୧୪୪ ଧରା ଉଛେଦକୁ ନେଇ ଉପ ଜିଲ୍ଲାପାଳଂକ କାର୍ଯ୍ଯାଳୟକୁ ବାରମ୍ବାର ଦୈଡୁଥିବା ବେଳେ ସଂପୃକ୍ତ କାର୍ଯ୍ୟଳୟର ବରିଷ୍ଠ କରାଣୀ ଅକ୍ଷୟ ନାୟକ ଜୀବନ ମଣ୍ଡଳଂକ ମାମଲାକୁ ରଫାଦଫା କରିବା ପାଇଁ ଏକ ଲକ୍ଷ ଟଂକା ଦାବି କରିଥିଲେ !କିନ୍ତୁ ସେ ୨୦ ହଜାର ଟଂକା ଦେଇଥିଲେ ମଧ୍ଯ କାମଟି ପଡି ରହିଥିଲା !
ଏ ବାବଦରେ ଜୀବନ ମଣ୍ଡଳ ଭିଜିଲାନ୍ସ ନିକଟରେ ଅଭିଯୋଗ କଲା ପରେ  ଆଜି  ୮୦ ହଜାର ଟଙ୍କା ନେଇ ବରିଷ୍ଠ କିରାଣୀ ଅକ୍ଷୟ ନାୟକଂକୁ ଦେଇଥିଲେ !ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ  ଅକ୍ଷୟ ନାୟକଂକ ପ୍ଯାଣ୍ଟ ପକେଟ୍ ରୁ ୮୦ ହଜାର ଟଂକା ଉଦ୍ଧାର କରି କେମିକାଲ ପରୀକ୍ଷା କରି ଥିଲେ  !
ବରିଷ୍ଠ କିରାଣୀ ଅକ୍ଷୟ ନାୟକଂକୁ ଗିରଫ କରାଯାଇ ଜୟପୁର ଭଜିଲାନ୍ସ କାର୍ଯ୍ଯାଳୟକୁ ସ୍ଥାନାନ୍ତର କରାଯାଇଛି !ପ୍ରକାଶ ଥାଉକି ଅକ୍ଷୟ ନାୟକ ପୂର୍ବରୁ ଯେ କୌଣସି କାମ ପାଇଁ ବିନା ଲାଞ୍ଚରେ କରୁ ନଥିବା ଅଭିଯୋଗ ହୋଇ ଆସୁଥିଲା ! ଜୟପୁର ଏବଂ ମାଲକାନଗିରି ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରି ଆସାମୀକୁ ଧରିବାରେ ସଫଳ ହୋଇଥିବା ବେଳେ ତାଂକୁ ଅଘିକ ପଚରା ଉଚାର ପରେ କୋର୍ଟକୁ ଚାଲାଣ କରାଯିବ !

Leave A Reply