Odisha news

ସାପକାମୁଡାରେ ନାବାଳିକା ମୃତ

0

କନ୍ଧମାଳ : ସାପକାମୁଡାରେ ଜଣେ ନାବାଳିକାର ମୃତୁ୍ୟ ହୋଇଯାଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଫୁଲବାଣୀ ବ୍ଲକ ମିଣିଆ ପଂଚାୟତ ଅନ୍ତର୍ଗତ କାଙ୍ଗନାଡା ଗ୍ରାମର ନାବାଳିକା ଜଣକ ଗୁରୁବାର ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୧୦ଟାରେ ତାର ମୃତୁ୍ୟ ହୋଇ ଯାଇଥିବା ଜଣା ପଡିଛି । ଏନେଇ ସଦର ପୁଲିସ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ଥାନାଧିକାରୀ ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି ।

Govt
Leave A Reply