Odisha news

ନାଗ ସାପ ସହ ଛୁଆ ଓ ଅଣ୍ଡା ଉଦ୍ଧାର

0

ଭଦ୍ରକ :  ଆଜି ଭଦ୍ରକର ସାପଧରାଳି ମିର୍ଜା ଆରିଫ୍ ୪୩ଟି ଛୋଟ ସାପ, ୫୮ଟି ଅଣ୍ଡା ଓ ମାଧ ନାଗକୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ବ୍ଲକ୍ କଲେଇ ପଂଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ବିଶ୍ୱାଳଙ୍କ ପରିବାର ଗତ ୮ଦିନ ହେଲା ନିଜ ଘର ପାଖରେ ସାପ ଏଣେତେଣେ ବୁଲୁଥିବାର ଦେଖିବା ସହ ମାଟି ଘରେ ବିଭିନ୍ନ ସ୍ଥାନରେ ସାପ କଣା କରିଥିଲା । ପରିବାର ଲୋକେ ଭୟରେ ସେମାନେ ଘର ବାହାରେ ଶୋଉଥିଲେ । ଆଜି ସକାଳୁ ଶ୍ରୀ ବିଶ୍ୱାଳ ଭଦ୍ରକର ସାପଧରାଳି ମିର୍ଜା ଆରିଫକୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳରେ ପହଞ୍ଚô ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ମାଟିଘରର କାନ୍ଥ ଓ ତଳ ଖୋଳାଖୋଳି କରି ଗୋଟିଏ ନାଗା ମା’ ସହ ୪୮ ଟି ଛୋଟ ସାପ ଓ ୫୮ ଟି ଅଣ୍ଡା କୁ ଉଦ୍ଧାର କରିଛି ।

Leave A Reply

Your email address will not be published.