କୁଆଖିଆ : ରସୁଲପୁର ବ୍ଳକ ଅନ୍ତର୍ଗତ ପ୍ରଥମାଖଣ୍ଡ ପଂଚାୟତର ରାମେଶ୍ୱର ମନ୍ଦିର ସମ୍ମୁଖ ପଡିଆରେ ମନରେଗା ଯୋଜନାରେ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । କରୋନା ସମୟରେ ସାମାଜିକ ଦୁରତାକୁ ମାନି ପଡିଆରେ ପଂଚାୟତର ଜନ ସାଧାରଣଙ୍କ ସହ ମିଶି ଗଛ ଲଗାଇଥିଲେ । ଲୋକଙ୍କ ଭଲମନ୍ଦ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।
ଏଥିରେ ବରୀ ବିଜେଡି ମାର୍ଗଦର୍ଶକ ଦେବେନ୍ଦ୍ର ଦାସ ବରିଷ୍ଠ ନେତା ଶିକ୍ଷାବିତ ତଥା ପଂଚାୟତ ସଭାପତି ସନାତନ ବାରିକ,ବିଡିଓ ଉମାକାନ୍ତ ପରିଡା,ଜେଇ ସଂଜୟ ମିଂଜ,ଚିନ୍ତାମଣୀ ରାଉତ,ଜିଲ୍ଲା ବିଜେଡି ସମ୍ପାଦକ ନରେଶ ଚନ୍ଦ୍ର ମହାନ୍ତି,ଅରୁଣ ମହାନ୍ତି,ଆଦିତ୍ୟ ସେଠି,ସନ୍ଦୀପ ମହାନ୍ତି,ଲକ୍ଷ୍ମୀଧର ରାଉତ,ରାଜେନ୍ଦ୍ର ବେହେରା,ଶୁକଦେବ ରାଉତ,ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।