ଧର୍ମଶାଳା,୮/୧୦ : ଧର୍ମଶାଳା ବ୍ଲ୍କ ହରିଦାସପୁର ଠାରେ ରାମକୋ ସିମେଂଟ ଗ୍ରାଇଣ୍ଡିଂ ୟୁନିଟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସିଂ ମାଧ୍ୟମରେ ଉଦଘାଟନ କରି ଶିଳ୍ପର ଅଭିବୃଦ୍ଧି କ୍ଷେତ୍ରରେ ଆମ ରାଜ୍ୟ ପାଇଁ ଏହି ୟିନିଟ ସହାୟକ ହେବ ବୋଲି କହିଥିଲେ ।
ଅତିଥି ଭାବେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର,ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭିକେ ପାଣ୍ଡିୟାନ,ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ । ରାମକୋ ସିମେଂଟ ଅଧ୍ୟକ୍ଷ ପିଆର ଭେଙ୍କଟ ରାମାରାଜା ପ୍ରାରମ୍ଭିକ ସୂଚନା ଦେଇ ଏହି କାରଖାନା ବାର୍ଷିକ .୯ ମିଲିୟନ ଓ ଦୈନିକ ୩ହଜାର ବସ୍ତା ସିମେଂଟ ଉତ୍ପାଦନ କରିପାରିବ ବୋଲି କହିଥିଲେ । ଇଡକୋ ଅଧ୍ୟକ୍ଷ ସଂଜୟ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଅତିଥି ଭାବେ ଯୋଗଦେଇ ଫଳକକୁ ଅନାବରଣ କରିଥିଲେ । ରାମକୋ ସିମେଂଟ ପଦାଧିକାରୀଙ୍କ ସୂଚନା ଅନୁସାରେ ମୂଖ୍ୟମନ୍ତ୍ରୀଙ୍କ ମେକଇନ ଓଡିଶା କାର୍ଯ୍ୟକ୍ରମ ଅନୁସାରେ ୨୦୧୭ ନଭେମ୍ବର ମାସରେ ଏହି କାରଖାନାର ଭିତିପ୍ରସ୍ତର ହୋଇଥିଲା । ୭୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାରଖାନା ନିର୍ମିତ ହୋଇଛି ।
ଏଥିରେ ୧୫ଶହ ଶ୍ରମିକ ନିୟୋଜିତ ହୋଇଛନ୍ତି । ନିଯୁକ୍ତ ୧୫୦ କୁଶଳୀ କର୍ମଚାରୀଙ୍କ ମଧ୍ୟରୁ ୯୦ ଭାଗ ସ୍ଥାନୀୟ ଅଂଚଳର ହୋଇଥିବା ଜଣାଯାଇଛି । ଆଜି ସୁଦ୍ଧା ୪ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଅଂଚଳର ଉନ୍ନୟନ ମୁଳକ କାର୍ଯ୍ୟ ଯଥା ସ୍ୱାସ୍ଥ୍ୟସେବା, ଶିକ୍ଷା, ବିସୁଦ୍ଧ ପାନୀୟ ଜଳ, ଗ୍ରାମ୍ୟ ଆଲୋକିକରଣ, ଖେଳ ପଡିଆ, ଖେଳ ପ୍ରତିଯୋଗିତା, ମନ୍ଦିର ମରାମତି, ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଆକୁଆଗାର୍ଡ ଯୋଗାଣ କରାଯାଇଛି ।
ଏଥିସହ ରାଜଧାନୀରେ କୋଭିଡ ହସପିଟାଲ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୨ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ବୈଶୟିକ ତାଲିମପ୍ରାପ୍ତ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତିସିଂ ରାଠୋର, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରାମକୋ ଅତିରିକ୍ତ ଭାଇସ ପ୍ରେସିଡେଂଟ ଅଜିତ ପାଲ, ଡିଜିଏମ ପ୍ରଭାତ କୁମାର ସାହୁ, ପ୍ରତିକ ରୟ, ସର୍ବେଶ୍ୱର ମହାପାତ୍ର, ପିଆରଓ ପ୍ରଦୀପ କୁମାର ସିଂ, ଏଜିଏମ ସୁଧାଂଶୁ ମିଶ୍ର,କର୍ଣ୍ଣେଲ ସୁଧାଂଶୁ ତ୍ରପାଠୀ, ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ସ୍ଥାନୀୟ ଅଂଚଳର ସରପଂଚ, ସମିତି ସଭ୍ୟାସଭ୍ୟମାନେ ଯୋଗ ଦେଇଥିଲେ ।