Odisha news

ବାଲିବଗଡ଼ ବିଦ୍ୟାଳୟରେ ଶିଶୁଲେଖକ କର୍ମଶାଳା ଓ ବାର୍ଷିକ ଉତ୍ସବ ପାଳିତ

0
ରମ୍ଭା/ତା:୧୫-୦୨-୨୦୨୩।ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ  କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ  ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଓ ବାର୍ଷିକ ଉତ୍ସବ ବେଲପଡା କ୍ଲଷ୍ଟର ଅନ୍ତର୍ଗତ ବାଲିବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀପକ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ସମ୍ମାନିତ ଅତିଥିଭାବେ ସରପଞ୍ଚ କେଦାର ନାଥ ସ୍ୱାଇଁ,ପୂବର୍ତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,ପ୍ରଧାନ ଶିକ୍ଷକ ରାମକୃଷ୍ଣ ବେହେରା,ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ସମ୍ମାନିତ ବକ୍ତା ଭାବେ ରାଜ୍ୟପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ,ନିମନ୍ତ୍ରିତ ଅତିଥି ଭାବେ ଗ୍ରାମ୍ୟ ସଭାପତି ଉଲ୍ଲାସ୍ ସ୍ୱାଇଁ, ସିଆରସି ନରସିଂହ ବେହେରା , ସୁଶାନ୍ତ କୁମାର ତରେଇ, ଦେବହରି ବେହେରା,ରବୀନ୍ଦ୍ର କୁମାର ସେଠୀ,ପ୍ରକାଶ ବେହେରା,ମହେଶ ବେହେରା,ସୁରେନ୍ଦ୍ର ବେହେରା,ପ୍ରଫୁଲ ବେହେରା,ଶେଷଦେବ ବେହେରା,ପ୍ରଦୀପ ବେହେରା ପ୍ରମୁଖ ଯୋଗ ଦେଇ ପ୍ରାଥମିକ ସ୍ତରରେ ଭାଷା ଶିକ୍ଷଣର ଉପାଦେୟତା ଏବଂ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ ଦକ୍ଷତା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଗୌରୀ କୁମାରୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ।ଗଳ୍ପ, ପ୍ରବନ୍ଧ,କବିତା, ପଠନ,ଲିଖନ,ଆବୃତ୍ତି,ଗୀତ,ନୃତ୍ୟ,ଅଭିନୟ,ଖେଳ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଆଦି ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା  ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ “ପିଲାଙ୍କ ପ୍ରାର୍ଥନା”ଶିଶୁ ପୁସ୍ତକ ପୂରସ୍କାର ପ୍ରଦାନ କରାଯିବା ସହ  ଆଞ୍ଚଳିକ ପ୍ରତିଭା ରୂପେ ବରିଷ୍ଠ ପ୍ରଧାନ ଶିକ୍ଷକ ରାମକୃଷ୍ଣ ବେହେରା ଶିକ୍ଷା ସହ ସମର୍ପିତ ସମାଜ ସେବା ନିମନ୍ତେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।ଚଳିତ ବର୍ଷ ଗଞ୍ଜାମ ବ୍ଲକର ଭାଷା ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିପାଇଁ ଅଭିନବ ଶିଶୁ ଲେଖକ କର୍ମଶାଳ ଓ  ବର୍ଷିକ ଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ନିରଞ୍ଜନ ମୁଦୁଲି ଓ ମୃତୁଞ୍ଜୟ ବେହେରା,  ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅସିତ କୁମାର ଜେନା ଏବଂ ଚିନୁ ବେହେରା  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ସମେତ ବିଦ୍ୟାଳୟ ପରିଚାଳନା କମିଟିର୍ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Leave A Reply