ରମ୍ଭା ତା 07/05/2022 ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନ ଯାତ୍ରା ଗତ ଦୁଇ ବର୍ଷଧରି କରୋନା କଟକଣା ନୀତିନିୟମ ଭିତରେ ଵିଧିବିଧାନ ବ୍ୟବସ୍ଥା ଅନୁସାରେ ପାଳିତ ହୋଇଥିଲା l କିନ୍ତୁ ଚଳିତ ବର୍ଷ କଟକଣା ହଟିବା ପରେ ସ୍ଥାନୀୟ ଏନ ଏ ସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ପରିସରରେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେଏକ ଶାନ୍ତି କମିଟି ଚନ୍ଦନ ଯାତ୍ରାର ପ୍ରଶାସନିକ ସ୍ତରକୁ ନେଇ ଏକ ଆଲୋଚନା ହୋଇଥିଲା l ଉପରୋକ୍ତ ବୈଠକରେ ବିଦ୍ୟୁତ, ପାନୀୟ ଜଳ, ପୋଲିସ ପ୍ରଶାସନ, ମେଡିକାଲ, ଅଗ୍ନିଶମ, ଓ ଅବକାରୀ ବିଭାଗକୁ ନେଇ ଯାତ୍ରା ସମୟରେ ବିଭାଗୀୟ ଅଫିସର ନିଜ ନିଜର କାର୍ଯ୍ୟ ଦକ୍ଷତା ପ୍ରସ୍ପୁଟିତ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା l ଏଥିସହ ନିଜନିଜର ଦକ୍ଷତା, ପାରଦର୍ଶିତା ଓ ଉଲ୍ଲେଖନୀୟ ଅବଦାନ କରିବା ପାଇଁ ରମ୍ଭା ବାସିନ୍ଦାଙ୍କ ପକ୍ଷରୁ ଅଣ୍ଟା ଭିଡ଼ିବା ସହ ଉତ୍ସlହ ଉଦ୍ଧିପନାରେ ଯାତ୍ରା ତୁଲାଇବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l
ଆୟୋଜିତ ବୈଠକରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତିର୍ମୟ ଦାଶ, ବିକାଶ ସାମଲ ସହିତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇଥିଲେ l ଉପାଧ୍ୟକ୍ଷ କାଳିଆ ସ୍ୱାଇଁ, ଅଧ୍ୟକ୍ଷl ପ୍ରତିନିଧି କାହ୍ନା ସ୍ୱାଇଁ, ମଣ୍ଡଳ ସଭାପତି ସିମାଞ୍ଚଳ ବlଡ଼ତ୍ୟା ସ୍ଥାୟୀ ସଭାପତି ଆଦିକନ୍ଦ ସେଠି, କାର୍ଯ୍ୟକାରିଣୀ ସଭାପତି ତ୍ରିନାଥ ବେହେରା, ଅଧିକାରୀ ଜଗନ୍ନାଥ ଦାଶ, ବନବାସୀ ନାହାକ,ମୁନl ସ୍ୱାଇଁ ଗଦାଧର ପରିଡା,ପୂର୍ଣ୍ଣ ରଥ, କ୍ଷେତ୍ର ମୋହନ ବେହେରା, ଅଭିନାଥ ବେହେରା, କେଦାର ବାରିକ ସାଗର ନାହାକ, ବାବୁଲା ସେଠି ବିଜୟ ଚନ୍ଦ୍ର ବିଶ୍ୱାଳ, ଭୀମ ସେନ ବେହେରା, ସୁରେଶ ନାହାକ, ଡମ୍ବରୁ ଧର ପାତ୍ର ସମେତ ବହୁ ବୁଦ୍ଧିଜୀବି, ଶିକ୍ଷାବିତ୍ତ ଓ ରାଜନୈତିକ ବ୍ୟକ୍ତିମାନେ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ସଞ୍ଚଳନରେ ଏନ ଏ ସିର ବିକ୍ରମ କୁମାର ସାମଲ, ଦୀପକ କୁମାର ବିଷୋୟୀ, ପ୍ରଶାନ୍ତ ନାୟକ, ସୁକାନ୍ତ ମହାରଣା, ଜି ସଂଗ୍ରାମ କିଶୋର ଚୌଧୁରୀ ସମେତ ଅନ୍ୟାନ କର୍ମଚାରୀ ସହଯୋଗ କରିଥିଲେ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୀର୍ଘଦିନ ଧରି ରମ୍ଭା ଚନ୍ଦନ ଯାତ୍ରା ଚାଲୁରହିଥିବା ବେଳେ ଚଳିତ ବର୍ଷ ରମ୍ଭା ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ଆସିଥିବା ବେଳେ ଆସନ୍ତା 11ରିଖ ପୁନର୍ବାର ଶାନ୍ତି କମିଟି ବୈଠକ ବସି ଆଲୋଚନା କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା l