Odisha news

ନାଲୋପୋ ଗ୍ରୀନଫଣ୍ଡ ପକ୍ଷରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

0
ରମ୍ଭା: ପରିବେଶ ର ସୁରକ୍ଷା ପ୍ରଦାନ କୁ ନେଇ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନାଲୋପୋ ଗ୍ରୀନଫଣ୍ଡ  ଏବଂ ଆର ସି ଜେ ଜାପାନ ପକ୍ଷରୁ ପଲ୍ଲୀଶ୍ରୀ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକ ରେ ରହିଥିବା 20 ଗୋଟି ଓଡ଼ିଆରପି କଲୋନୀ ମାନଙ୍କରେ   କଲୋନୀବାସୀ ଙ୍କୁ ଚାରା ବଣ୍ଟନ କରିବା ସହ ନିକଟସ୍ଥ ଖୋଲା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କ୍ରଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋଖରକୁଦା ଗ୍ରାମର ଯୁବ ପରିବେଶବିତ ଡବ୍ଲ୍ୟୁ.କାଶୀନାଥ ଙ୍କ ତତ୍ଵାବଧାନରେ ଏସ.ଲାଛେୟା ଙ୍କ ସହଯୋଗରେ ଆୟୋଜିତ ସବୁଜ ସୁନ୍ଦର କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ର ରାମଗଡ଼ ପଞ୍ଚାୟତ ରେ ରହିଥିବା ଡାଳଖାଇ,ଝାଟିପଦର,ବରପଲ୍ଲୀ,ରଘୁନାଥ ପୁର,ପାଲୁରୁ ଗଡ଼,ଆର.ବିଞ୍ଚଣା ପଲ୍ଲୀ,ବେଲ ପଡ଼ା ସେହିପରି ଖଲ୍ଲିକୋଟ ବ୍ଲକ ର ଡାଳଖାଇ,ଆର.ବହାଡ଼ା ପଲ୍ଲୀ,ଧକ୍କାବାଲି,କନକା,କୁମ୍ଭିଢ଼ିପ,କେଶପୁର ପ୍ରମୁଖ ଗ୍ରାମର ଓ ଡି ଆର ପି କଲୋନୀ ମାନାଙ୍କରେ ଚାରା ବଣ୍ଟନ କରାଯାଇଥିଲା।
ଗଞ୍ଜାମ ବ୍ଲକ ର ରଘୁନାଥପୁର, ଡାଳଖାଇ,ଓ ଖଲ୍ଲିକୋଟ ବ୍ଲକ ର ସମଲ ଗ୍ରାମ ଓ ଡ଼ି ଆର ପି କଲୋନୀ ମାନଙ୍କରେ ରହିଥିବା ଖୋଲା ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ପିଜୁଳି,ଅଁଳା,ବେଲ, ପିସ୍ତା ବାଦାମ,ସାଗୁଆନ,ଫଣପଣା,ଅମୃତଭଣ୍ଡା,କୃଷ୍ଣଚୁଡା,କାଜୁ ଆଦି ବିଭିନ୍ନ କିସମର ପ୍ରାୟ 10 ହଜାର ଚାରା ବଣ୍ଟନ ଓ ରୋପଣ କରାଯାଇଥିଲା।
Leave A Reply