Odisha news

ବାଲ୍ୟବିବାହ ସମ୍ପର୍କିତ ଆଇନଗତ ଆଲୋଚନା ଚକ୍ର ଅନୁଷ୍ଠିତ

0

ରମ୍ଭା, ତାରିଖ ୦୫/୧୦/୨୦, ଓଡ଼ିଶାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାଇ ଅପରାଜିତା ପକ୍ଷରୁ ଗଞ୍ଜାମ ଜିଲ୍ଲାର ଖଲିକୋଟ ଠାରେ ବାଲ୍ୟବିବାହ ସଂପର୍କିତ ଏକ ଆଇନ ସଚେତନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଜିଲ୍ଲା ନ୍ୟାୟିକ ପ୍ରାଧିକରଣ ସେବାର ସଭ୍ୟ ଟି କେ ରେଡି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ସିମାଞ୍ଚଳ ବେହେରା ଓ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଷ୍ଠାନର କ୍ଷେତ୍ର ପରିଚାଳକ ସୁବ୍ରତ ବିଷୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଲିକୋଟ ବାର ଆସୋସିଏସନର ଅନେକ ଆଇନଜୀବୀ ଅଂଶ ଗ୍ରହଣ କରି ନିଜର ମତାମତ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଆଇନଜୀବୀ ରଘୁନାଥ ଗୌଡ, ବିଦ୍ୟାଧର ପ୍ରଧାନ,ସନ୍ତୋଷ ତ୍ରିପାଠୀ, ମନୋଜ କୁମାର ବେହେରା ପ୍ରମୁଖ ଅନ୍ୟତମ। ଅନୁଷ୍ଠାନର କର୍ମକର୍ତ୍ତା ଯଶୋବନ୍ତି ଜେନା, ସୁଦର୍ଶନ ବେହେରା ଓ ଶିଶିର କୁମାର ସାମଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply