Odisha news

ରାମାୟଣର ରୋଚକ କଥା : ମାତା ସୀତା ନିଜ ଶକ୍ତି ବଳରେ ରାବଣକୁ ବିନାଶ କରିପାରି ଥାଆନ୍ତେ କିନ୍ତୁ କାହିଁକି କଲେ ନାହିଁ

0

ମାତା ସୀତା ଙ୍କୁ ମା ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଇଥାଏ, ସେ ମଧ୍ୟ ପ୍ରଭୁ ଶ୍ରୀରାମ ଙ୍କ ଭଳି ଶକ୍ତିଶାଳୀ ଅଟନ୍ତି l ସେ ଚାହିଁଥିଲେ ସେହି ସମୟ ରେ ରାବଣ କୁ ବିନାଶ କରିଦେଇ ଥାଆନ୍ତେ ଯେତେବେଳେ ସେ ତାଙ୍କୁ ହରଣ କରିବାକୁ ଆସିଥିଲା l  ନଚେତ ସେ ଚାହିଁଥିଲେ ମଧ୍ୟ ଅଶୋକ ବାଟିକାରେ ମଧ୍ୟ ରାବଣ କୁ ଭସ୍ମ କରିଦେଇ ଥାଆନ୍ତା, କିନ୍ତୁ ମାତା ସୀତା ଏଭଳି କରି ନଥିଲେ l କିନ୍ତୁ ଏହା କରିନଥିଲେ କାହିଁକି ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା l

ମାନ୍ୟତା ଅନୁସାରେ କୁହାଯାଇଛି ଯେ ଯେତେବେଳେ ମାତା ସୀତା ପ୍ରଭୁ ରାମଚନ୍ଦ୍ର ଙ୍କୁ ବିବାହ କରି ଶ୍ୱଶୁରାଳୟ କୁ ଆସିଲେ ସେତେବେଳେ ସେ ସର୍ବ ପ୍ରଥମେ ଋଷି , ମୁନୀ ଓ ପରିଜନ ଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରିଥିଲେ, ଏବଂ ନିଜ ଶ୍ୱଶୁର ଦଶରଥ ଙ୍କ ସହିତ ସମସ୍ତଙ୍କୁ କ୍ଷୀରି ପରସିଥିଲେ l ସେହି ସମୟ ରେ ଜୋରେ ପବନ ବହିଲା ଏବଂ ରଜ ଦଶରଥ ଙ୍କ କ୍ଷୀରି ରେ ଖଣ୍ଡିଏ ଶୁଖିଲା ଘାସ ଆସି ପଡିଗଲା l ମାତା ସୀତା ସେହି ଘାସ ଟିକୁ ଦେଖିଥିଲେ କିନ୍ତୁ ସଭିଙ୍କ ସମୁଖରେ କିପରି କଢ଼ାଇବେ ସେହି ଦ୍ଵିଧା ରେ ରହିଥିଲେ, ଏବଂ ଠିକ ଏହି ସମୟ ରେ ସେ ସେହି ଘାସ ଖଣ୍ଡିକୁ କ୍ରୋଧିତ ହୋଇ ଦେଖିଥିଲେ ଏବଂ ସେହି ଘାସ ଖଣ୍ଡିକ ବାୟୁ ରେ ଉଡିଯାଇ ପୋଡି ଭସ୍ମ ହୋଇଗଲା l

କିନ୍ତୁ ରାଜା ଦଶରଥ ମାତା ସୀତାଙ୍କର ଏହିରୂପ କୁ ଦେଖି ଜାଣି ପାରିଥିଲେ ଯେ ସେ ମାତା ଜଗତଜନନୀ l କ୍ଷୀରି ଖାଇ ସାରିବା ପରେ ରାଜା ଦଶରଥ ମତ ସୀତାଙ୍କୁ ନିଜ କକ୍ଷ କୁ ଡାକିଥିଲେ, ଏବଂ କହିଥିଲେ ମା ମୁଁ ତୁମର ସେହି ଚମତ୍କାର ଦେଖିଚି, ଏବଂ ମୁଁ ବର୍ତମାନ ବୁଝି ପାରୁଛି ଯେ ତୁମେ କିଏ, ମତେ ଆଜି ତୁମେ ବଚନ ଦିଅ ଯେ ତୁମେ ଆଜି ଯେପରି ଖଣ୍ଡିଏ ଘାସ କୁ ଦେଖିଲ ସେହି ଦୃଷ୍ଟିରେ କାହାକୁ ଦେଖିବ ନାହିଁ l ଏହାପରେ ମତ ସୀତା ରାବଣକୁ ବଚନ ଦେଇଥିଲେ l

ଯେତେବେଳେ ରାବଣ ତାଙ୍କର ହରଣ କଲା ସେ ନିଜେ ତାକୁ ଭସ୍ମ କରିପାରି ଥାଆନ୍ତେ, କିନ୍ତୁ ରାଜା ଦଶରଥ ଙ୍କୁ ଦେଇଥିବା ବଚନ କାରଣରୁ ସେ କରିପାରି ନଥିଲେ l ଏହାଛଡା ପ୍ରଭୁ ରାମଚନ୍ଦ୍ର ଙ୍କ ହାତରେ ରାବଣ ର ମୃତ୍ୟୁ ଲେଖା ହୋଇଥିଲା ନଚେତ ରାବଣ ମୁକ୍ତି ପାଇ ନଥାଆନ୍ତା l

Leave A Reply