ଆଜି ହେଉଛି ୱାର୍ଲଡ କ୍ୟାନ୍ସର ଡେ : ୨୦୫୦ ସୁଧା ପୃଥିବୀ ରେ ନୂଆ କ୍ୟାନ୍ସର ମାମଲା ୩୫ ମିଲଯନ ପର୍ଯ୍ୟନ୍ତ ବୃଦ୍ଧି ହେବ, ଗବେଷକ ଙ୍କ ଚେତାବନୀ
କ୍ୟାନ୍ସର ଗୋଟିଏ ଗମ୍ଭୀର ରୋଗ ଅଟେ, ଯାହାକୁ ସମାଜ ରେ ଭୟାବହ ଦୃଷ୍ଟିରେ ଦେଖାଯାଇଥାଏ, ଏହି ରୋଗ କେବଳ ବ୍ୟକ୍ତିକୁ ଶାରୀରିକ ନୁହେଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ପ୍ରଭାବିତ କରିଥାଏ, ଏବଂ ରୋଗୀକୁ ଗୋଟିଏ ମାନସିକ ରୋଗୀ କରିଦେଇ ଥାଏ କ୍ୟାନ୍ସର,ଗତ କିଛିବର୍ଷ ହେଲାଣି କ୍ୟାନ୍ସର ଦ୍ରୁତ ବେଗରେ ବୃଦ୍ଧି ପାଉଛି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିପୋର୍ଟ ଅନୁସାରେ ୨୦୫୦ ସୁଧା ନୂଆ କ୍ୟାନ୍ସର ର ମାମଲା ୩୫ ମିଲିୟନ ପର୍ଯ୍ୟନ୍ତ ପହଂଚିଯିବ l ଯାହାକି ୨୦୨୨ ତୁଳନାରେ ୭୭ ପ୍ରତିଶତ ରୁ ଅଧିକ ଅଛି l ତମ୍ବାଖୁ, ମଦ, ମୋଟାପା ଓ ବାୟୁ ପ୍ରଦୂଷଣ ଭଳି ଘଟଣା କ୍ୟାନ୍ସର ପାଇଁ ଦାୟୀ ଅଟନ୍ତି l ଏଥିପାଇଁ ଲୋକଙ୍କୁ ଜାଗରଣ କରିବା ସବୁଠୁ ଜରୁରୀ l
ପ୍ରତ୍ୟେକ ବର୍ଷ ଫେବୃଆରୀ ୪ ତାରିଖ କୁ ବିଶ୍ୱ କର୍କଟ ଦିବସ ଭାବରେ ପାଳନ କରାଯାଇ ଥାଏ l ଯାହାର ମୁଖ୍ୟ ଉଦେଶ୍ୟ ହେଲା ଲୋକଙ୍କୁ କ୍ୟାନ୍ସର ପ୍ରତି ଜାଗରଣ କରିବା, କ୍ୟାନ୍ସର ଗୋଟିଏ ଗମ୍ଭୀର ରୋଗ, କିନ୍ତୁ ଠିକ ସମୟ ରେ ଯାଞ୍ଚ କରିବା ସବୁଠୁ ଜରୁରୀ l
– ବର୍ତମାନ ମହିଳା ମାନଙ୍କ ନିକଟରେ ଦେଖା ଦେଉଥିବା କ୍ୟାନ୍ସର ମଧ୍ୟରେ ମୁଖ୍ୟ ହେଲା ବ୍ରେଷ୍ଟ କ୍ୟାନ୍ସର , ଓଭାରିଆନ କ୍ୟାନ୍ସର, ଯକୃତ କ୍ୟାନ୍ସର ଇତ୍ୟାଦି ଦେଖା ଯାଉଛି , ସେହିଭଳି ପୁରୁଷ ମାନଙ୍କ ନିକଟରେ ବ୍ରେନ କ୍ୟାନ୍ସର, କିଡ଼ନୀ କ୍ୟାନ୍ସର , ଥ୍ରୋଟ କ୍ୟାନ୍ସର , ଭଳି ଅନେକ କ୍ୟାନ୍ସର ଦେଖା ଯାଉଛି l ତେଣୁ ୱାର୍ଲଡ ହେଲଥ ସଂଗଠନ ର ସୂଚନା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରାକୃତିକ ଖାଦ୍ୟ ଓ ପାନୀୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ l ଏବଂ ସେଥିପାଇଁ କିଛିଟା ପଦକ୍ଷେପ ନେବା ମଧ୍ୟ ଜରୁରୀ , ଯେପରିକି –
– ଅଧିକ ରୁ ଅଧିକ ପ୍ଲାଣ୍ଟ ବେସଡ ଫୁଡ ସେବନ କରନ୍ତୁ
– ପ୍ରୋସେସଡ଼ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ
– ଆମିଷ ଖାଦ୍ୟ ଶରୀରରେ କ୍ୟାନ୍ସର ସେଲ ବୃଦ୍ଧି କରିବାରେ ସାହାଯ୍ୟ କରେ ,ତେଣୁ ଆମିଷ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ
– ଶସ୍ୟ ଜାତୀୟ ଖାଦ୍ୟ କୁ ଅଧିକ ଗୁରୁତ୍ୱ ଦିଅନ୍ତୁ l
– ପ୍ରଦୂଷିତ ଜଳବାୟୁ ଠାରୁ ଦୁରେଇ ରୁହନ୍ତୁ
– ନିଶା ସେବନ କ୍ୟାନ୍ସର ର ଗୋଟିଏ ବଡ଼ କାରଣ ତେଣୁ ସମୟ ଥାଉ ଥାଉ ସତର୍କ ରୁହନ୍ତୁ
– ପ୍ଲାଷ୍ଟିକ କଣ୍ଟେନର ବ୍ୟବହାର କରନ୍ତୁ ନାହିଁ
– ଅଧିକ ତୈଳ ଯୁକ୍ତ ଓ ଚର୍ବି ବୃଦ୍ଧି କରୁଥିବା ଖାଦ୍ୟ କୁ ତ୍ୟାଗ କରନ୍ତୁ
– ନିୟମିତ ଯୋଗାସନ ଓ ପ୍ରାଣାୟାମ କରନ୍ତୁ
– ପ୍ରତ୍ୟେକ ଦିନ ସୁଧ ବାତାବରଣ ରେ ୩୦ ମିନିଟ ଚାଲନ୍ତୁ
– ମାନସିକ ଚାପରେ ଅଧିକ ରୁହନ୍ତୁ ନାହିଁ ନିଜକୁ ଖୁସି ରଖନ୍ତୁ
– ଯଦି କିଛି ପରିବର୍ତ୍ତନ ଶରୀରରେ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l