ରାମାୟଣ ରେ ଯେତେବେଳେ ବି ଆଲୋଚନା ହୋଇଥାଏ, ସେତେବେଳେ ପ୍ରଭୁ ଶ୍ରୀରାମ ଙ୍କ ନାମ ଓ ତାଙ୍କ ଧନୁ ର ଆଲୋଚନା ହୋଇଥାଏ l ପୌରାଣିକ କଥା ଅନୁସାରେ ଶ୍ରୀରାମ ଙ୍କ ନିକଟରେ ଯେଉଁ ଧନୁ ଥିଲା ତାହା ଖୁବ ଚମତ୍କାରୀ ଥିଲା l ଭଗବାନ ରାମଚନ୍ଦ୍ର ଙ୍କ ଧନୁ ର ନାମ କୋଦଣ୍ଡ ଥିଲା l କୋଦଣ୍ଡ ର ଅର୍ଥ ବାଉଁଶ ରେ ପ୍ରସ୍ତୁତ l
କୋଦଣ୍ଡ ଗୋଟିଏ ଚମତ୍କାରୀ ଧନୁ ଥିଲା ଓ ଏହାକୁ ପ୍ରତ୍ୟେକ ବ୍ୟକ୍ତି ଧାରଣ କରିପାରିବେ ନାହିଁ ଏବଂ ଏହାକୁ ମନ୍ତ୍ରୀତ କରାଯାଇଥିଲା l କୋଦଣ୍ଡ କୁ ଦେବତା ଧନୁଷ ମଧ୍ୟ କୁହାଯାଇଥାଏ , କାହିଁକି ନା ପ୍ରଭୁ ଶ୍ରୀରାମ ଏହାକୁ ନିଜେ ତିଆରି କରିଥିଲେ l କୁହାଯାଏ କି କୋଦଣ୍ଡ ରୁ ବାହାରି ଥିବା ବାଣ ଲକ୍ଷ କୁ ଭେଦ କରି ପୁନର୍ବାର ଫେରିଆସେ l ରାମଙ୍କ କୋଦଣ୍ଡ ଧନୁ ରୁ ବାଣ ଛାଡିଥିଲେ ସମୁଦ୍ର କୁ ଲଙ୍କା ଯିବା ପାଇଁ l
ରାମଚରିତ ମାନସ ଅନୁସାରେ ଭଗବାନ ରାମ ଚନ୍ଦ୍ର ଙ୍କ କୋଦଣ୍ଡ ଧନୁଷ ମାତା ସୀତା ଙ୍କ ସ୍ଵୟମ୍ବର ରେ ରାମଚନ୍ଦ୍ର ଙ୍କୁ ମିଳିଥିଲା l ଭଗବାନ ରାମଚନ୍ଦ୍ର ଙ୍କ ଧନୁ ର ଲମ୍ବ ସାଢେ ପାଞ୍ଚ ହାତ ଥିଲା ବୋଲି ରାମଚରିତ ମାନସ ରେ ବର୍ଣନା ହୋଇଛି l ଏବଂ ଏହାର ଓଜନ ୧୦୦ କେଜି ରହିଥିଲା l ମା ସୀତାଙ୍କ ସ୍ଵୟମ୍ବର ରେ ଭଗବାନ ଶିବ ଙ୍କ ପିନାକ ଧନୁ କୁ ଭାଙ୍ଗିଥିଲେ l ଏବଂ ଏହି ଧନୁ ପର୍ଶୁରାମ ରାମଙ୍କୁ ଦେଇଥିଲେ l