Odisha news

ରାମାୟଣର ରୋଚକ କଥା : କାହିଁକି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ରୂପ ବଦଳାଇ ଦେଇଥିଲେ ହନୁମାନ

0

ହନୁମାନ ପ୍ରଭୁ ଶ୍ରୀରାମ ଙ୍କର ସବୁଠୁ ବଡ ଭକ୍ତ ଓ ମାତା ଜାନକୀଙ୍କ ପାଇଁ ଥିଲେ ପୁତ୍ର ଭଳି ଏହା ସମସ୍ତେ ଜାଣିଛୁ l ମହାବୀର ହନୁମାନ ଜନ୍ମ ରୁ ଗୋଟିଏ ଇଚ୍ଛା ରଖିଥିଲେ ନିଜ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିବେ l ମହାବୀର ଥିଲେ ସମସ୍ତ ମାୟାରୁ ମୁକ୍ତ l ଖୁବ ଛୋଟ ବେଳରୁ ମାତା ଅଞ୍ଜନା ଙ୍କ ନିକଟରୁ ସର୍ବଦା ଅନାଦି ପୁରୁଷ ବିଷ୍ନୁ ଙ୍କ ବିଷୟରେ ଶୁଣି ଆସୁଥିଲେ l ଛୋଟ ବେଳରୁ ଜ୍ଞାନୀ ଥିଲେ ମଧ୍ୟ ତାଙ୍କର ରାମକଥାରେ ବିଶେଷ ରୁଚି ରହିଥିଲା l ଯେତେବେଳେ କିସ୍କିନ୍ଧା ପର୍ବତ ରେ ସୁଗ୍ରୀବ ଙ୍କ ନିକଟରେ ଦେଖା କରିଥିଲେ ସେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଅବତାର ନେଲେ l ଏହାପରେ ସେ ନିଜ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଥିଲେ l

ଶ୍ରୀରାମଙ୍କ ଦର୍ଶନ ପାଇଁ ଧାରଣ କଲେ ବ୍ରାହ୍ମଣ ରୂପ –
ରାବଣ ମା ସୀତାଙ୍କୁ ଚୋରି କରିବା ପରେ ଶ୍ରୀରାମ ଚନ୍ଦ୍ର ନିଜ ଭାଇ ଲଖ୍ମଣ ଙ୍କ ସହିତ ମାତା ସୀତାଙ୍କ ଠାବ କରି ଋଷ୍ୟମୁକ ପର୍ବତ ରେ ସୁଗ୍ରୀବ ନିକଟରେ ସାକ୍ଷାତ କରିବା ପାଇଁ ପହଁଚିଲେ l ସେଠାରେ ସୁଗ୍ରୀବ ଅନ୍ୟ ବାନର ମାନଙ୍କ ସହିତ ବାସ କରୁଥିଲେ l ଦୂରରୁ ରାମଚନ୍ଦ୍ରଙ୍କୁ ଦେଖି ସୁଗ୍ରୀବ ଭାବିଥିଲେ ତାଙ୍କ ଭାଇ ବାଳି ୨ଜଣ ରାଜକୁମାରଙ୍କ ସହିତ ସାଜସଜ୍ଜା କରି ସୈନ୍ୟ ପଠାଇଛି ତାଙ୍କୁ ମାରିବା ପାଇଁ l ସୁଗ୍ରୀବ ଏହି ବିଷୟରେ ଜାଣିବା ପାଇଁ ହନୁମାନଙ୍କୁ ଗୋଟିଏ ବ୍ରାହ୍ମଣ ରୂପ ଧାରଣ କରି ଯିବାପାଇଁ କହିଥିଲେ l

ଏହାପରେ ହନୁମାନ ବ୍ରାହ୍ମଣ ରୂପ ଧାରଣ କରି ଶ୍ରୀରାମ ଙ୍କ ନିକଟରେ ପହଁଚିଲେ ଓ ସେଠାରେ ତାଙ୍କୁ ପ୍ରଣାମ କରି ତାଙ୍କର ପରିଚୟ ଜାଣି କାନ୍ଦି ପକାଇଲେ ଓ ତାଙ୍କ ପାଦ ତଳେ ପଡିଗଲେ l ଏହାପରେ ଶ୍ରୀରାମ ତାଙ୍କୁ ଉଠାଇ ନେଇ ଆଲିଙ୍ଗନ କରିଥିଲେ l

ସେ ଗୋଟିଏ ଏଭଳି ଭକ୍ତ ଥିଲେ ଯିଏ ସର୍ବଦା ନିଜ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲା l

Leave A Reply