ରାମାୟଣର ମନ୍ଦୋଦରୀ ଚରିତ୍ର ସହିତ ପ୍ରାୟ ସମସ୍ତେ ପରିଚିତ l ସେ ହେଉଛନ୍ତି ଲଙ୍କାପତି ରାବଣର ସହଧର୍ମିଣୀ ଓ ଜଣେ ଧର୍ମ ପରାୟଣା ନାରୀ l ମନ୍ଦୋଦରୀ ଥିଲେ ହେମା ନାମକ ଅପସରା ର କନ୍ୟା ,ଦେବରାଜ ଇନ୍ଦ୍ରଙ୍କ ସଭାରେ ଥରେ କାଶ୍ୟପ ଋଷିଙ୍କ ପୁତ୍ର ମାୟାର ନଜର ହେମାଙ୍କ ଉପରେ ପଡିଲା l ତା ପରେ ସେ ମୋହିତ ହୋଇଯାଇ ହେମାଙ୍କ ନିକଟରେ ବିଭାହ ପ୍ରସ୍ତାବ ରଖିଲେ l ହେମାଙ୍କ ସହିତ ବିଭାହ କରିବା ପରେ ହେମାଙ୍କ ଗର୍ଭରୁ ମୟସୁର କନ୍ୟା ମନ୍ଦୋଦରୀ ଜନ୍ମ ନେଲେ l ଗୋଟିଏ ଅପସରା କନ୍ୟା ହୋଇଥିବା କାରଣରୁ ମନ୍ଦୋଦରୀ ଦେଖିବାକୁ ଖୁବ ସୁନ୍ଦର ଥିଲେ l
ଯେତେବେଳେ ମନ୍ଦୋଦରୀ ବିବାହ ଯୋଗ୍ୟ ହେଲେ ସେତେବେଳେ ମାୟାସୁର ଯୋଗ୍ୟ ବରପତ୍ର ଖୋଜିବା ଆରମ୍ଭ କଲା କିନ୍ତୁ ତାଙ୍କ ରୂପବତୀ କନ୍ୟା ପାଇଁ କୌଣସି ଯୋଗ୍ୟ ବରପତ୍ର ମିଳୁ ନଥିଲା ,ଏହାପରେ ମାୟାସୁର ତ୍ରିଲୋକ ବିଜୟୀ ରାବଣ ସହିତ ତାର ଝିଅକୁ ବିଭାହ ଦେବାପାଇଁ ଚିନ୍ତା କଲା l ଏହାପରେ ସେ ରାବଣ ଆଗରେ ମନ୍ଦୋଦରୀ ର ବିବାହ ପ୍ରସ୍ତାବ ରଖିଲେ l ରାବଣ ଯେତେବେଳେ ମନ୍ଦୋଦରୀ ଙ୍କୁ ଦେଖିଲା ସେ ତୁରନ୍ତ ରାଜି ହୋଇଗଲା l
ରାବଣ ଏହାପରେ ମଂଡଦାରୀକୁ ବଚନ ଦେଲାଯେ ସେହିଁ କେବଳ ତାଙ୍କର ପାଟରାଣୀ ହେବେ l ମାୟାସୁର ଉପହାର ସ୍ୱରୂପ ରାବଣଙ୍କ ପାଇଁ ସ୍ଵର୍ଣ ଲଙ୍କା ନିର୍ମାଣ କଲା l ଶାସ୍ତ୍ରରେ ବର୍ଣିତ ଅଛି ସୀତା ପ୍ରଥମେ ମନ୍ଦୋଦରୀ ଙ୍କ କନ୍ୟା ଥିଲେ l ଜ୍ୟୋତିଷମାନେ କହିଥିଲେ ଯେ ସୀତା ଯଦି ଲଙ୍କାରେ ରହିଲେ ତେବେ ଲଙ୍କା ଧ୍ବଂସ ହୋଇଯିବ l ତେଣୁ ରାବଣ ସୀତାଙ୍କୁ ଗୋଟିଏ କଳସୀରେ ପୁରାଇ ମାଟିତଳେ ପୋତିଦେଲା l ବିଧିର ବିଧାନ ଯାହା ଥିଲା ତାହାହିଁ ଘଟିଲା l ମନ୍ଦୋଦରୀ ଯେତେ ବୁଝାଇଥିଲେ ମଧ୍ୟ ରାବଣ ସୀତାଙ୍କୁ ଛାଡି ନଥିଲା ଯାହା ଥିଲା ଲଙ୍କା ବିନାଶର କାରଣ l