ନୂଆଦିଲ୍ଲୀ : ଗୋଟିଏ ଲମ୍ବା ପ୍ରତୀକ୍ଷା ପରେ ବର୍ତ୍ତମାନ ରାମଙ୍କ ନଗରୀ ଅଯୋଧ୍ୟାରେ ଭଗବାନ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି l ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖ ଦିନ ହେବାକୁ ଯାଉଥିବା ଭୂମି ପୂଜନ ପୂର୍ବରୁ ତିନିଦିନ ପର୍ଯ୍ୟନ୍ତ ହେଉଥିବା ପୂଜା କାର୍ଯ୍ୟକ୍ରମ ସୋମବାର ଦିନ ଠାରୁ ଆରମ୍ଭ ହୋଇ ଯାଇଛି l ଏହି ଉତ୍ସବ ପ୍ରସ୍ତୁତି ଆମେରିକାର ନିୟୁର୍କରେ ମଧ୍ୟ ହେଉଛି l ଅଗଷ୍ଟ ୫ ତାରିଖ ଦିନ ନିୟୁର୍କର ଟାଇମ୍ସ ସ୍କୋୟାରରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ପାଳନ ହେବାକୁ ଯାଉଛି l ଅଭି ଉତ୍ସବ ବୁଧବାର ସନ୍ଧ୍ୟା ୭ ଟା ୩୦ ରେ ଆରମ୍ଭ ହେବ l
ରାମ ଜନ୍ମଭୂମି ଶିଳାନ୍ୟାସ ସେଲିବ୍ରେସନ କମିଟିର ଚୟାରମ୍ୟାନ ଜଗଦୀଶ ସେବହନୀ ସୂଚନା ଦେଇଛନ୍ତି ଯେ ଅଗଷ୍ଟ ୫ ତାରିଖ ସନ୍ଧ୍ୟାରେ ସେଠାରେ ଦୀପ ପ୍ରଜ୍ୱଳିତ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ପରେ ଭଜନ ସନ୍ଧ୍ୟା ଆୟୋଜନ କରାଯିବ l ସେ ଦେଇଥିବା ସୂଚନା ଅନୁସାରେ ଟାଇମ୍ସ ସ୍କୋୟାରରେ ଭଗବାନ ରାମ ଓ ଅଯୋଧ୍ୟା ମନ୍ଦିରର 3D ଫଟଚିତ୍ର ଆକର୍ଷଣର କେନ୍ଦ୍ର ହେବ l ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବ୍ୟକ୍ତି ମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଅନିରବର୍ଜ୍ୟ ଅଟେ l
ଅଯୋଧ୍ୟାରେ ୫ ଅଗଷ୍ଟରେ ଭୂମି ପୂଜନ କାର୍ଯ୍ୟକ୍ରମରେ ୯ ଜଣ ବ୍ରାହ୍ମଣ ପୂଜା କରିବେ l କିନ୍ତୁ ଏହି ଅବସରରେ ଅନୁଷ୍ଠାନ ସହିତ ଯୋଡି ହୋଇ ରହିଥିବା ୨୧ ଜଣ ବ୍ରାହ୍ମଣ ଉପସ୍ଥିତ ରହିବେ l ଭୂମିପୂଜନ ପରେ ସଂକଳ୍ପ ମଧ୍ୟ କରାଯିବ l ସଂକଳ୍ପରେ ସ୍ପଷ୍ଟ କରାଯିବ ଯେ ପୂଜା କେଉଁ ଉଦେଶ୍ୟରେ କରାଯାଉଛି l ୫ ଅଗଷ୍ଟ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାତ୍ରରେ ଦିନ ସାଢେ ୧୨ ପର୍ଯ୍ୟନ୍ତ ସମୟ ଦିଅ ଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ତିତିରେ ସମ୍ପୂର୍ଣ କାର୍ଯ୍ୟକ୍ରମ ଚାଲିବ l
୫ ଅଗଷ୍ଟରେ ଗର୍ଭଗୃହରେ ମଧ୍ୟ ପୂଜା କରାଯିବ l ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କ ସାନିଧ୍ୟରେ ରାମ ଅର୍ଚନା କରାଯିବ l ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଲା ପଟର ମଧ୍ୟ ଅନାବରଣ କରିବେ l ହନୁମାନ ଗଡ଼ିରେ ପ୍ରଧାନମନ୍ତ୍ରୀ ପାରିଜାତ ପୁଷ୍ପ ବୃକ୍ଷ ରୋପଣ କରିବେ l