Odisha news

ରକ୍ଷା ବନ୍ଧନର ଉଦେଶ୍ୟ

0

ରକ୍ଷା ବନ୍ଧନ ଏକ ସ୍ୱତନ୍ତ୍ର, ଈଶ୍ୱରୀୟ ବନ୍ଧନର ପ୍ରତୀକ । ଭକ୍ତକବି ମଧୁସୂଦନ ରାଓ ଯଥାର୍ଥରେ ଲେଖିଥିଲେ, “ସରଗ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।” ଏମିତି ଏକ ସ୍ନେହ ଶ୍ରଦ୍ଧାର ବାର୍ତ୍ତା ନେଇ ପ୍ରତି ବର୍ଷ ଶ୍ରାବଣ ମାସରେ ଆସିଥାଏ ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀ ଭିତରେ ସମ୍ପର୍କ ଅତି ମହାନ୍ ଓ ପବିତ୍ର । ସମ୍ପର୍କର ଏହି ମହାନତା ଓ ପବିତ୍ରତାକୁ ପ୍ରତ୍ୟାସ୍ମରଣ କରାଇଦେବା ସଙ୍ଗେ ସଙ୍ଗେ ନାରୀଜାତିର ସୁରକ୍ଷା ବିଷୟରେ ସମଗ୍ର ମାନବ ସମାଜକୁ ସଚେତନ କରାଇଦିଏ ଶ୍ରାବଣ ପୂର୍ଣ୍ଣିମାର ଏହି ରକ୍ଷାବନ୍ଧନ ପର୍ବ । ଭ୍ରାତା ଭାବରେ ଭଗ୍ନୀର ରକ୍ଷା, ଭକ୍ତ ଭାବରେ ପ୍ରଭୁଙ୍କ ରକ୍ଷା, ପୁତ୍ର ଭାବେ ପିତାମାତାଙ୍କର, ପତ୍ନୀ ଭାବେ ପତିର ରକ୍ଷା, ପତି ଭାବେ ପତ୍ନୀର ରକ୍ଷା ପ୍ରଭୃତି ଅନେକ ସମ୍ବନ୍ଧ ସହ ନାଗରିକ ଭାବେ ରାଷ୍ଟ୍ରର ତଥା ମାନବ ଭାବେ ମାନବିକତାର ରକ୍ଷା ପାଇଁ ପ୍ରତିଜ୍ଞା ସୂତ୍ରରେ ବାନ୍ଧି ହେବାକୁ ରକ୍ଷା ବନ୍ଧନ କୁହାଯାଏ । ଛୋଟ କାହାଣୀଟିଏ । ଟିକି ପିଲାଟିଏ ଖେଳୁଥିବା ବେଳେ ହଠାତ୍ ତା’ ପୋଷାକର ବୋତାମ ଛିଣ୍ଡିଗଲା ।

ପିଲାଟି ଦୌଡ଼ି ଦୌଡ଼ି ନିଜ ବାପାଙ୍କ ପାଖକୁ ଯାଇ ବୋତାମଟିକୁ ପୁନଃ ଲଗାଇଦେବାକୁ କହିଲା । ପିଲାଟିର ବାପା ଜଣେ ଦର୍ଜି ଥିଲେ । ନିଜ ପଗଡ଼ିରେ ଖୋସା ହୋଇଥିବା ଛୁଞ୍ଚôଟିକୁ ବାହାର କରି ପୁଅର ପୋଷାକରେ ବୋତାମ ଲଗାଇଦେଲେ ଏବଂ ନିଜେ ବସିଥିବା ଆସନରୁ କଇଁଞ୍ଚô ବାହାର କରି ବଳକା ସୂତାଟିକୁ କାଟିଦେଲେ । ପିଲାଟି ଧ୍ୟାନର ସହ ଦେଖିଥିଲା । ଶେଷରେ ବାପାଙ୍କୁ ପଚାରିଲା, “ବାବା ଆପଣ ଛୁଞ୍ଚôକୁ ଏତେ ଇଜ୍ଜତରେ ମୁଣ୍ଡ ପଗଡ଼ିରେ ରଖୁଛନ୍ତି, ହେଲେ କଇଁଞ୍ଚôକୁ କାହିଁକି ଆସନ ତଳେ ରଖୁଛନ୍ତି?” ପୁଅର ପ୍ରଶ୍ନ ଶୁଣି ବାପା କହିଲେ, “ଛୁଞ୍ଚô ସର୍ବଦା ଯୋଡ଼ିବାର କାମ କରେ, କିନ୍ତୁ କଇଁଞ୍ଚô କାଟିବାର କାମ କରେ । ତେଣୁ ଛୁ୍ଞ୍ଚôକୁ ଉଚ୍ଚ ସ୍ଥାନ ଦେବା ଉଚିତ । ସେଥିପାଇଁ ଯେଉଁ ବ୍ୟକ୍ତି ସମ୍ପର୍କକୁ ଯୋଡ଼ିବାରେ ସହାୟକ ହୁଏ, ତାକୁ ସର୍ବଦା ସମ୍ମାନ ଦେବା ଉଚିତ ।”

ଠିକ୍ ସେହିପରି ରାକ୍ଷୀ ପୂର୍ଣ୍ଣିମାର ରାକ୍ଷୀ । ମନାନ୍ତର, ମତାନ୍ତର, ତିକ୍ତତା ଓ ବୈରଭାବକୁ ଦୂର କରି ଏହା ସ୍ନେହ, ଶ୍ରଦ୍ଧା, ମମତାର ପବିତ୍ର ବନ୍ଧନରେ ବାନ୍ଧିଦିଏ ବିଶ୍ୱକୁ । ପ୍ରତ୍ୟେକଙ୍କ ଜୀବନରେ ଲଗାମ ରହିବା ଉଚିତ । ଲଗାମବିହୀନ ଜୀବନର ଅନ୍ତିମ ପରିଣତି ଅତ୍ୟନ୍ତ ଦୁଃଖଦ ଓ ଭୟାବହ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ପଞ୍ଚବିକାରରେ ଜଡ଼ିତ ଥିବା ଯୋଗୁ ଦୁଃଖ ଓ ଅଶାନ୍ତିରେ କାଳାତିପାତ କରୁଛି । ସେ ଖୋଜି ଖୋଜି ଥକି ଯାଉଛି ସୁଖ, ଶାନ୍ତିର ରାହା । ଶରୀରର ସୁରକ୍ଷା, ଧର୍ମର ରକ୍ଷା, ସତୀତ୍ୱ ବା ପବିତ୍ରତାର ରକ୍ଷା, କାଳ ବା ମାୟାର ବିଘ୍ନରୁ ରକ୍ଷା, ଏ ମଣିଷ ଚାହେଁ । ଏହି ସବୁଥିରୁ ରକ୍ଷା ପାଇବା ପାଇଁ ମନୁଷ୍ୟକୁ ତା ମନ, ବୁଦ୍ଧି ଓ ଚୈତନ୍ୟକୁ ଈଶ୍ୱରଙ୍କ ବନ୍ଧନରେ, ବାନ୍ଧିବାକୁ ପଡ଼ିବ । ଏହାକୁ ହିଁ କୁହାଯାଏ ଈଶ୍ୱରୀୟ ବନ୍ଧନ ।

Leave A Reply