ଭାଇ ଭଉଣୀଙ୍କ ସ୍ନେହ ଓ ପ୍ରେମର ପ୍ରତୀକ ରକ୍ଷାବନ୍ଧନ l ଏହିଦିନଟି ର ଆମ ହିନ୍ଦୁ ପରମ୍ପରା ରେ ଖୁବ ମହତ୍ୱ ରହିଛି l ମାନ୍ୟତା ଅନୁସାରେ ଏହିଦିନ ଶ୍ରାବଣମାସ ପୁର୍ଣିମା ଦିନ ପାଳିତ ହୋଇଥାଏ l କିନ୍ତୁ ଚଳିତ ବର୍ଷ ଏହି ଦିନଟି ପୁର୍ଣିମାର ପୂର୍ବଦିନ ପାଳିତ ହେବ l
ଚଳିତ ବର୍ଷ ଏହିଦିନ ଟି ଗୁରୁବାର ହେଉଥିବା କାରଣରୁ ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରଖିଛି, ଆଜିର ଦିନରେ ଏଭଳି କିଛି ଉପାୟ କରିବା ଦ୍ୱାରା ବଦଳି ଯାଇଥାଏ ଭାଗ୍ୟ l
* ଯଦି ଆପଣ ବରଗଛ ଭଳି ବଡ ବୃକ୍ଷ ତଳେ କୌଣସି ଛୋଟ ଗଛ ଦେଖୁଛନ୍ତି ତେବେ ତାହାକୁ ଆଣି ନିଜ ଘରେ ଲଗାନ୍ତୁ l ଏହାକୁ ଆଣି ଲଗାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ l
* ଯଦି ଉଦ୍ଧାର ନେଇଥିବା ପଇସା ଆପଣ ଫେରି ପାଇ ପାରୁ ନାହାନ୍ତି ତେବେ ଆଜିର ଦିନରେ ଲକ୍ଷ୍ମୀଙ୍କ ନିକଟରେ ଘିଅ ଦୀପ ଜଳାଇ ଧନ ଲାଭ ମନ୍ତ୍ର ଲକ୍ଷ୍ମୀଙ୍କ ର ପାଠ କରନ୍ତୁ l
* ଯଦି ଗୃହର କେହି ଦୀର୍ଘ ଦିନରୁ ଅସୁସ୍ଥ ହୋଇ ରହିଛନ୍ତି ତେବେ ଆଜିର ଦିନରେ ତାଙ୍କୁ ଗଣେଶ ଲକ୍ଷ୍ମୀ ସ୍ତୋତ୍ର ଶୁଣାନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଓ ଜୀବନ ରେ ସଫଳତା ମିଳିବ l
* ଯଦି ଗୃହରେ ସର୍ବଦା କଳହ ଦେଖା ଯାଉଛି ତେବେ ଲକ୍ଷ୍ମୀ ଯନ୍ତ୍ର ସ୍ଥାପନ କରନ୍ତୁ l ଏହାଦ୍ୱାରା ସୁଖ, ଶାନ୍ତି ଓ ବୈଭବ ଦେଖାଦେବ l
* ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ର ବନ୍ଧନ କୁ ଅଧିକ ସୁଦୃଢ଼ କରିବା ପାଇଁ ଆଜିର ଦିନରେ ଘରର ଉତ୍ତର ପୂର୍ବ କୋଣରେ ଗୋଟିଏ କଳସ ସ୍ଥାପନା କରି ତାହାକୁ ରାକ୍ଷୀଟିଏ ଅର୍ପଣ କରନ୍ତୁ l