Odisha news

ଘେନାଉଛି ଅମୀର ଙ୍କ ଚଳଚିତ୍ର ‘ଲାଲ ସିଂ ଚଢା’ର ବିବାଦ

0

ନୂଆଦିଲ୍ଲୀ : ବଲିଉଡ କଳାକାର ଅମୀର ଖାନ ଙ୍କ ନୂତନ ଚଳଚିତ୍ର ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ତାରିଖରେ ରିଲିଜ ହେଉଛି l ଚଳଚିତ୍ର ଟି ରିଲିଜ ହେବା ପୂର୍ବରୁ ଏହି ଚଳଚିତ୍ର କୁ ନେଇ ସମସ୍ତଙ୍କ ନିକଟରୁ ଅଲଗା ଅଲଗା ପ୍ରତିକ୍ରିୟା ଆସୁଛି l ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ବଏକଟ୍ ଲାଲ ସିଂ ଚଢା ଟ୍ରେଣ୍ଡ ହେବାକୁ ଲାଗିଛି l ୟୁଜର ମାନେ ଏହି ଚଳଚିତ୍ର କୁ ନଦେଖିବା ପାଇଁ ଅପିଲ କରୁଛନ୍ତି l ବର୍ତମାନ ସାଧୁସନ୍ଥ ମଧ୍ୟ ଏହି ଚଳଚିତ୍ର କୁ ନଦେଖିବା ପାଇଁ ଅପିଲ କରିଛନ୍ତି l

ଆସନ୍ତୁ ଜାଣିବା ହରିଦ୍ୱାର ର ସାଧୁସନ୍ଥ ମାନେ କଣ କହୁଛନ୍ତି ଏହି ଚଳଚିତ୍ର କୁ ନେଇ –

ହରିଦ୍ୱାରର ସାଧୁସନ୍ଥ ମାନେ ଚଳଚିତ୍ର ଲାଲ ସିଂ ଚଢା ବିରୁଦ୍ଧରେ ମୋର୍ଚା ଖୋଲି ଦେଇଛନ୍ତି l ସାଧୁମାନେ ଏହି ଚଳଚିତ୍ର କୁ ନଦେଖିବା ପାଇଁ ମତ ଦେଇଛନ୍ତି l ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚଳଚିତ୍ର ଟିକୁ ଦେଖିଲେ ସମୟ ନଷ୍ଟ ହେବା ସହିତ ପଇସା ମଧ୍ୟ ନଷ୍ଟ ହେବ l ଶଙ୍କରାଚାର୍ଯ୍ୟ ପରିଷଦ ର ଅଧକ୍ଷ ସ୍ୱାମୀ ଆନନ୍ଦ ସ୍ୱରୂପ ଏହା ମଧ୍ୟ କହିଛନ୍ତି ଯେ ‘ଦେଶ ବିରୋଧୀ ମାନସିକତା ହେତୁ ଚଳଚ୍ଚିତ୍ରଟି କୁ ନଦେଖିବା ଉଚିତ l ଯେଭଳି ଭାବରେ ଅମୀର ଖାନ ହିନ୍ଦୁ ଦେବଦେବୀଙ୍କ ମଜାକ ଉଡାଇଛନ୍ତି l ଏହାର ଦଣ୍ଡ ଅମୀର ଖାନ ଙ୍କୁ ମିଳିବା ଆବଶ୍ୟକ l ଯାହାଦ୍ୱାରା ଏଭଳି ଭୁଲ କରିବା ପୂର୍ବରୁ ସେ ୧୦  ଥର ଚିନ୍ତା କରିବା ଆବଶ୍ୟକ l ‘

Leave A Reply