Odisha news

ରକ୍ଷା ବନ୍ଧନର ଗୋଟିଏ ଦିନ ପୂର୍ବରୁ ଏହି ଗ୍ରହର ରାଶି ପରିବର୍ତନ, ଏହିସବୁ ରାଶିରେ ହେବ ଧନପ୍ରାପ୍ତି

0

ଶ୍ରାବଣମାସ ୧୪ ଜୁଲାଇ ରୁ ଆରମ୍ଭ ହୋଇ ସାରିଛି l ଏହି ମାସଟି ୧୨ ଅଗଷ୍ଟ ରେ ସମାପ୍ତ ହେବ l ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ ଅଟେ ରକ୍ଷା ବନ୍ଧନ l ଏହା ଅଗଷ୍ଟ ମାସ ୧୧ ତାରିଖରେ ଅନୁଷ୍ଠିତ ହେଉଛି l ରକ୍ଷା ବନ୍ଧନର ଗୋଟିଏ ଦିନ ପୂର୍ବରୁ ଗୋଟିଏ ବଡ଼ ଗ୍ରହ ମଙ୍ଗଳ ର ରାଶି ପରିବର୍ତନ ହେବାକୁ ଯାଉଛି l ମଙ୍ଗଳ ଗ୍ରହ ଅଗଷ୍ଟ ୧୦ ତାରିଖଦିନ ମେଷ ରାଶିରେ ଗୋଚର କରିବେ l

ଏହି ରାଶି ଗୁଡିକ ପାଇଁ ଶୁଭ ଅଟେ -:

* ବୃଷ ରାଶି – ମଙ୍ଗଳ ଗୋଚରରୁ ବୃଷ ରାଶିରେ ଶୁଭ ପରିଣାମ ମିଳିବ l ଶତ୍ରୁ ପରାଜିତ ହେବ, ଆୟ ରେ ବୃଧି ହେବ l ନିବେଶ କରିବା ପାଇଁ ସଠିକ ସମୟ l  ଶତ୍ରୁ ପରାଜିତ ହେବେ, ଆୟ ରେ ବୃଦ୍ଧି ହେବ l ପୁରୁଣା ବିବାଦ ରୁ ମୁକ୍ତି ମିଳିପାରେ l ଆତ୍ମବିଶ୍ୱାସ ରେ ବୃଦ୍ଧି ହେବ l

* କର୍କଟ ରାଶି – କର୍କଟ ରାଶି ଲୋକଙ୍କ ପାଇଁ ଏହି ସମୟ ଶୁଭ ସମୟ ଅଟେ l ଏମାନଙ୍କୁ ପୁରୁଣା ଋଣ ଭାର ରୁ ମୁକ୍ତି ମିଳିଥାଏ l କର୍ମ କ୍ଷେତ୍ରରେ ଉନ୍ନତି ହେବ l ଏହି ରାଶିର ବ୍ୟକ୍ତି ଏହିଦିନ ମହାଦେବ ଙ୍କ ନିକଟରେ ଜଳ ଲାଗି କରିବା ଉଚିତ l

* ସିଂହ ରାଶି – ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳ ଗୋଚର ଖୁବ ଶୁଭ ଅଟେ l ଏମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ l ଏହିଦିନ ହନୁମାନ ଚାଳିଶା ପାଠ କରିବା ଜରୁରୀ l

* ଧନୁ ରାଶି – ଧନୁ ରାଶିର ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସଫଳତା ପାଇବେ l ଏମାନଙ୍କର ଆୟରେ ବୃଦ୍ଧି ଯୋଗ ରହିଛି l

* କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ l ଏହିଦିନ ହନୁମାନ ଚାଳିଶା ନଚେତ ହନୁମାନ ଅଷ୍ଟକ ଜପ କରନ୍ତୁ l

Leave A Reply