Odisha news

‘ମୁଁ ସୂଈସାଇଡ କରିବା ଝିଅ ନୁହେଁ ‘ କହିଲେ ତନୁଶ୍ରୀ ଦତ୍ତା

0
ନୂଆଦିଲ୍ଲୀ : ନିକଟରେ ତନୁଶ୍ରୀ ଦତ୍ତା ଇନ୍ସଟାଗ୍ରାମ ରେ ଗୋଟିଏ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି l ସେ ଏଥିରେ ଲେଖିଛନ୍ତି ତାଙ୍କୁ ଅନେକ ଲୋକ ଟାର୍ଗେଟ କରିଛନ୍ତି ଓ ସେ ହାରାଶ ହେଉଛନ୍ତି l ତନୁଶ୍ରୀ ତାଙ୍କ ପ୍ରଶଂସକ ମାନଙ୍କ ନିକଟରେ ସାହାଯ୍ୟ ଭିକ୍ଷା କରିଛନ୍ତି l ସେ କହିଛନ୍ତି ଯେ ” ବଲିଉଡ ମାଫିଆ, ପଲିଟିକାଲ ସର୍କିଟ ଓ ଆଣ୍ଟି ନେସନାଲ ମାନଙ୍କ ପାଇଁ ସେ ଅସୁବିଧାରେ ପଡିଛନ୍ତି l ଗତ ଏକବର୍ଷ ହେଲାଣି ତାଙ୍କ ବଲିଉଡ ପ୍ରୋଜେକ୍ଟ ନଷ୍ଟ ହୋଇ ଯାଇଛି ।
ଏପରିକି ତାଙ୍କ ବ୍ୟବହାର କରୁଥିବା ପାଣିରେ ମେଡ଼ିସିନ ଓ ସ୍ଟେରଏଡ଼ ମିଶା ଯାଇଥିଲା ଯେଉଁ କାରଣରୁ ସେ ଅସୁସ୍ଥ ହୋଇ ଯାଇଥିଲେ l ଏହାପରେ ମଇ ମାସରେ ସେ ଉଜ୍ଜୟିନୀ ଯଇଥିବା ସମୟରେ ତାଙ୍କ ଗାଡିର ବ୍ରେକ ସହିତ କିଛି ଅସୁବିଧା କରାଯାଇ ଆକ୍ସିଡେଣ୍ଟ କରାଯାଇ ଥିଲା l ୪୦ ଦିନ ପରେ ସେ ମୁମ୍ବାଇ ଫେରି ଗୋଟିଏ ସାଧାରଣ ଜୀବନ ଅତିବାହିତ କରି ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁ ଥିବା ସମୟରେ ତାଙ୍କୁ ପୁନର୍ବାର ହଇରାଣ କରାଯାଉଛି ବୋଲି ସେ ପୋଷ୍ଟ ରେ ଲେଖିଛନ୍ତି l “
ସେ ଆହୁରି ମଧ୍ୟ କହିଛନ୍ତି ମହାରାଷ୍ଟ୍ର ରେ ରାଷ୍ଟ୍ରପତି ଶାସନ କିମ୍ବା ସୈନ୍ୟ ଶାସନ ଆବଶ୍ୟକ l ଏହାଛଡା ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ନିଜ ପାଖରେ ସମସ୍ତ ପାୱାର ରଖିବା ନିହାତି ଜରୁରୀ l ଏଭଳି ପୋଷ୍ଟ କରି ଚର୍ଚ୍ଚାରେ ରହି ଆସିଛନ୍ତି ତନୁଶ୍ରି ଦତ୍ତା ।
Leave A Reply