Odisha news

ବିଜେଡିରୁ ଇସ୍ତଫା ଦେଲେ, କଂଗ୍ରେସରେ ସାମିଲ ହେଲେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ

0
ରାଜନଗର :   ରାଜନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ତଥା କେନ୍ଦ୍ରପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ଆଜି ଅପରାହ୍ନରେ ତାଙ୍କ ଇସ୍ତଫା ପତ୍ର ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ସଭାପତିଙ୍କୁ ପଠାଇବାର ମାତ୍ର କିଛି ସମୟ ପରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଭୂବନେଶ୍ୱର କଂଗ୍ରେସ ଭବନରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କେନ୍ଦ୍ରାପଡା ଜିଲ୍ଲାର ସାଂସଦ ପ୍ରାର୍ଥୀ ସିର୍ଦ୍ଧ।ର୍ଥ ସ୍ୱରୂପ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି।  ଲୋକଙ୍କ ପାଇଁ ୨୪ଘଂଟା କାର୍ଯ୍ୟ କରି ଆସିଛି, ଆଗାମୀ ଦିନରେ ପଟ୍ଟାମୁଣ୍ଡାଇ ଓ ରାଜନଗରରେ କଂଗ୍ରେସ ଶକ୍ତ ହେବ, ଲୋକଙ୍କ ସେବା ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ।ସୂଚନାଯୋଗ୍ୟ  ୨୦୨୨ ପଂଚାୟତ ନିର୍ବ।ଚନରେ ରାଜନଗର ବ୍ଲକର ୩୧ନଂ ଜୋନରୁ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ପ୍ରତିହାରୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବ।ଚିତ ହୋଇଥିଲେ। ସେ ରାଜନଗର ବ୍ଲକ ବିଜୁ ଜନତା ଦଳର ତିନି ତିନି ଥର ସଭାପତି ରହିବା ସହ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ ଥିଲେ।  ଉଭୟ ଙ୍କ ମଧ୍ୟରେ ବିବାଦ କାରଣରୁ ଅଶୋକ ଙ୍କୁ ବ୍ଲକ ସଭାପତି ପଦ ହରାଇବାକୁ ପଡ଼ିଥିଲା।କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିବାରୁ ସେ କଂଗ୍ରେସ ଟିକେଟରେ ରାଜନଗର ବିଧାନସଭା ନିର୍ବ।ଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
Nalco
Leave A Reply