Odisha news

କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

0
ରାଜନଗର  ୧୧/୩  ରାଜନଗର ବ୍ଲକ ଚାନ୍ଦିବାଉଶମୂଳ ପଂଚାୟତ ଦକ୍ଷିଣଭେଡା ଗାଁର ନିମାଇଁ ଚରଣ ମଳିକ  ଫସଲ ପାଇଁ କେନାଲରୁ ପାଣି ବୋହିବା ସମୟରେ କମ୍ଭୀର ଆକ୍ରମଣ କରିଥିଲା। କୁମ୍ଭୀର ଆକ୍ରମଣରେ ନିମାଇଁର ମୃତ୍ୟୁ ଘଟିଥିଲା। ଏହି ଦୁଖଦ ଖବରପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ମୃତକ ପରିବାର କିପରି ଅନ୍ୟାନ୍ୟ ସରକାରୀ ସହାୟତା ପାଇବେ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କ ସହିତ ବ୍ଲକ ବିଜୁ ଜନତା ଦଳ ସଭାପତି ନିରଂଜନ ରାଉତ, ରାଜନଗର ନିର୍ବ।ଚନମଣ୍ଡଳୀ ସାମାଜିକ ଗଣମାଧ୍ୟମ ସଂଯୋଜକ ବିଜୟ କୁମାର ନାୟକ, ଚାନ୍ଦିବାଉଶମୂଳ ଗ୍ରାମ ପଂଚାୟତ ସରପଂଚ ଚିତ ରଂଜନ ପଣ୍ଡା, ସରୋଜ କୁମାର ରାଉତ, ଅଧ୍ୟାପିକା ଭଗବତୀ ନାୟକ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।
Leave A Reply