Odisha news

ମହିଳାଙ୍କୁ ବିଭଶ୍ଚ ହତ୍ୟା ଚାରିଆଡେ ରକ୍ତଛିଟା, ପୋଖରୀ କୂଳରେ ରକ୍ତ ଲଗା ବ୍ଲେଡ

0
ରାଜନଗର : ୪/୨ ରାଜନଗର ବ୍ଲକ ଖଣ୍ଡେଇପଡା ଗ୍ରାମରେ ରେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି | ନିଜ ଘର ବାଡ଼ି ପଛରେ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କର ଅନ୍ତବୁଜୁଳା  ବାହାରି ପଡ଼ିଛି | ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି | ଏ ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଶବ ଜବତ କରି  ତଦନ୍ତଜାରି ରଖିଛି |
       ରାଜନଗର ଥାନା ଅନ୍ତର୍ଗତ ବନ୍ଧପଡା ପଞ୍ଚାୟତ ଖଣ୍ଡେଇପଡା ଗାଁର ନିରଞ୍ଜନ ସ୍ବାଇଁଙ୍କ ସହ ତାଙ୍କ ପତ୍ନୀ ସାଗରୀକା ସ୍ୱାଇଁ ଗତକାଲି ରାତିରେ ଘରେ ସୋଇଥିଲେ | ଭୋର ପ୍ରାୟ ୪ଘଟିକା ସମୟରେ ସାଗରୀକା ବାହାରକୁ ପରିସ୍ରା ପାଇଁ ଉଠିଥିଲେ |ଏହାର ଅଧଘଣ୍ଟା ପରେ  ସାଗରୀକାଙ୍କ ଚିତ୍କାର ଶୁଣି ନିରଞ୍ଜନ ଓ ଯାଆ ବାହାରକୁ ଯିବା ବେଳକୁ ବାଡ଼ି ପଟ ଖତଗଦା ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗରିକା ପଡି ରହିଥିବା ବେଳେ ତଳି ପେଟ କଟା ହୋଇ ଅନ୍ତବୁଜୁଳା ବାହାରକୁ ବାହାରି ପଡିଛି | ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗରୀକାକୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନେବା ବାଟରେ ଚାନ୍ଦୋଳ ନିକଟରେ ମୃତ୍ୟୁ ହୋଇଥିବା ଜଣାପଡିଛି| ପରିବାର ଲୋକେ ଶବ ନେଇ ଘରକୁ ଆସିଥିଲେ | ନିରଞ୍ଜନଙ୍କ ବାଡ଼ି ପଟ ପୋଖରୀ ନିକଟରେ ପ୍ରଚୁର ରକ୍ତ ଶ୍ରାବ ହୋଇଥିବା ବେଳେ ପୋଖରୀ ନିକଟରେ ରକ୍ତଭିଜା ବ୍ଲେଡ ପଡିଛି | ପୋଖରୀରୁ ଖତଗଦା ମଧ୍ୟରେ ରକ୍ତ ଛିଟା ସହିତ ଛୋଟ ଛୋଟ ମାଂସ ଖଣ୍ଡ ବିଭିନ୍ନ ସ୍ଥାନରେ ପଡିଛି |ମହିଳା ପିନ୍ଧିଥିବା ଅଳଙ୍କାର ଦେହରେ ନାହିଁ ବୋଲି ମୃତ୍ ସାଗରୀକାଙ୍କ ସ୍ୱାମୀ  ନିରଞ୍ଜନ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅନ୍ୟ ପଟେ ଗ୍ରାମବାସୀ ଙ୍କ କହିବା କଥା ହେଲା ସାଗରୀକା ଜଣେ ସେହ୍ନି ଓମେଳାପି ମହିଳା ଥିଲେ, ତାଙ୍କର କାହା ସହିତ କୌଣସି ବିବାଦ ନଥିଲା | ସାଗରୀକାଙ୍କର କାହା ସହିତ ବିବାଦ ନଥିବା ବେଳେ ତାଙ୍କୁ କିଏ ଓ କାହିଁକି ଅତି ବିଭତ୍ସ ଭାବେ ହତ୍ୟା କଲା? ପୋଖରୀ ନିକଟରେ ବ୍ଲଡ଼ ଓ ବ୍ଲଡ଼ ଭିଜା ବ୍ଲେଡ ପଡିଲା କିପରି? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରୁଛି।ଏହି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଚାରିଆଡେ ଆଲୋଚନା ହେବାରେ ଲାଗିଛି|ରାଜନଗର ପୋଲିସ ଖବର ପାଇ ଗାଁରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି|ଏ ସମ୍ପର୍କରେ ଆଇଆଇସି ଅଜୟ କୁମାର ଜେନଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଖୁବ ଶୀଘ୍ର ପକୃତ ଘଟନା ପଦାକୁ ଆସିବ ବୋଲି କହିଛନ୍ତି |ସୂଚନା ଯୋଗ୍ୟ ମୃତ ସାଗରିକା ଙ୍କ ତିନି ପୁଅ ବାହାରେ ଥିବା ଜଣାପଡିଛି।
Leave A Reply