Odisha news

ପଲ୍ଲୀଶ୍ରୀ ମେଳା ଉଦଯାପିତ

0
ତେଲେଙ୍ଗାପେଣ୍ଠ : କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ନଂ ୱାର୍ଡ ତେଲେଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ୪ ଦିନ ଧରି ଚାଲିଥିବା ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି ।ଶେଷ ଦିନର ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମରେ ସତ୍ୟଜିତଙ୍କ ସଙ୍ଗୀତରେ ଦର୍ଶକ ବିଭୋର ହୋଲେ।ସେହି ପରି କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ନୂଆଗଡ ଗ୍ରାମ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।୧୦୦ରୁ ଉବ୍ଦ ଷ୍ଟଲ ସହିତ ବାହାରେ ଅନ୍ୟ ବ୍ୟବସାୟ ମାନେ ବିଭିନ୍ନ ଜିନିଷ ବିକ୍ରୟ କରିଥିଲେ। ବିଭିନ୍ନ ବ୍ଲକରୁ ଆସି ଷ୍ଟଲ୍ ଖୋଲିଥିବା ମିଶନ ଶକ୍ତି ମହିଳା ମାନେ ପଲ୍ଲୀଶ୍ରୀ ମେଳାକୁ ନେଇ ଖୁସି ଥିବା ଜଣାପଡିଛି। ଶେଷ ଦିନରେ ଦଶକ ମାନେ ବିଭିନ୍ନ ଜିନିଷ କିଣିବା ସହ ଚଟପଟି ଖାଦ୍ୟର ମଜା ନେଇଥିଲେ।୪ ଦିନ ଧରି ସୁରକ୍ଷା ବ୍ୟବସ୍ଥାକୁ ସଦର ଥାନା ପକ୍ଷରୁ କଡାକଡି କରାଯାଇଥିଲା।

Leave A Reply