Odisha news

ପ୍ରଥମ ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ସାହିତ୍ୟ ସଭା

0
ରାଜନଗର ୩/୨ : ପ୍ରଥମ ଵିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ଅବସରରେ ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଓଡିଆ ଭାଷାର ଅସ୍ତିତ୍ଵ ଓ‌ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର ଓ  କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଆମନ୍ତ୍ରଣ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ନିଶାନ ମିଶ୍ର , ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ,ତହସିଲଦାର ଅଜୟ କୁମାର ମହାନ୍ତି ,ସିଡିପିଓ  ସନ୍ତୋସିନୀ ଭୋଇ  ଅଧ୍ୟାପିକା ଭଗବତୀ ରାଉତ ଏବଂ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ବିଡିଓ ଶ୍ରୀଯୁକ୍ତ ମିଶ୍ର କାର୍ଯ୍ୟକ୍ରମର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶାର ଜାତୀୟ ସଙ୍ଗୀତ ଗାନ ସହିତ ଵିଶ୍ବ ଓଡ଼ିଆ ସମ୍ମିଳନୀର ଭିଡିଓ କାର୍ଯ୍ୟକ୍ରମ ପରେ ବରିଷ୍ଠ କଥାକାର ପ୍ରଦୀପ ନାୟକଙ୍କ ସଂଯୋଜନାରେ ଭାଷା ସାହିତ୍ୟର ଭବିଷ୍ୟତ ଉପରେ ଶରତ ଚନ୍ଦ୍ର ମହାପାତ୍ର,କବି ଅଭିରାମ ସାହୁ,ଗାଳ୍ପିକ ରତ୍ନାକର ନାୟକ ଆଲୋଚନା କରିଥିଲେ । ଏଥି ସହିତ କବିତା ପାଠୋତ୍ସବ ପର୍ଯ୍ୟାୟରେ କବି ପ୍ରମୋଦ କୁମାର ସେଠୀ,କନକଲତା ନାୟକ, ପବିତ୍ର ବ୍ରହ୍ମପୁତ୍ର ନାୟକ, କ୍ଷୀରୋଦ କୁମାର ମଲ୍ଲିକ,ସୀତାକାନ୍ତ ରାଉଳ,ବରଦାକାନ୍ତ ଜେନା,  କବିତା ରାଉତ,ଶୁଭଲକ୍ଷ୍ମୀ ଦାସ, ପ୍ରେମମଞ୍ଜୁଳା ପ୍ରଧାନ,ମିନତୀ ନାୟକ,ମନି ଭୂୟାଁ, ସ୍ବର୍ଣ୍ଣଲତା ନାୟକ, ହେମଲତା ରାଉତ ଆଦି ସ୍ବରଚିତ କବିତାମାନ ପାଠ କରିଥିଲେ। ସମସ୍ତ କବିଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ  ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ସେହିପରି ରାଜନଗର ବ୍ଲକର ରାଜନଗର,ଓସ୍ତଆ,ଡାଙ୍ଗମାଳ ପ୍ରଭୁତି ବିଭିନ୍ନ ପଂଚାୟତ ଓ ଶିକ୍ଷାନୁଷ୍ଟାନରେ ଓଡ଼ିଆ ଭାଷା ସମିଳନୀ ଅନୁଷ୍ଟିତ ହୋଇଯାଇଛି ।
ଓସ୍ତିଆ ପଞ୍ଚାଯତ କାର୍ଯ୍ୟଳୟ ରେ ସରପଞ୍ଚ ବୈଦେହି ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯକ୍ରମ ରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଅକ୍ଷୟ କୁମାର ନାୟକ, ବଳରାମ ତ୍ରୀପାଠୀ, ସମାଜସେବା ବୈବର୍ତ୍ତ ବିଶ୍ଵାଳ, ପ୍ରଶନ୍ନ କୁମାର ଦାସ, ବ୍ରଜ ମିଶ୍ର , ପ୍ରମୁଖ ଯୋଗଦେଇ ଓଡିଆ ଭାଷା ଓ ସଂସ୍କୃତିବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପିଇଓ ବିବେକାନନ୍ଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
Leave A Reply