Odisha news

ରାଜ୍ୟସ୍ତରୀୟ ଚଂଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣ। ମେଣ୍ଟ ବାଲେଶ୍ବର କୁ ହରାଇ କେନ୍ଦ୍ରାପଡା ଫାଇନାଲରେ

0
ରାଜନଗର , ୨୪/୧ : ରାଜନଗର ବ୍ଲକ ବଡପଲ୍ଲୀ ଚଂଚଳା ମିନି ଷ୍ଟାଡିୟମରେ  ରାଜ୍ୟସ୍ତରୀୟ ୪୨ତମ ଚଂଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣ। ମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲରେ ଜେସିଏ ବାଲେଶ୍ବର  କ୍ରିକେଟ ଟିମ୍‌କୁ ହରାଇ ଗୋପବନ୍ଧୁ କ୍ରିକେଟ କ୍ଲବ କେନ୍ଦ୍ରାପଡା ଫାଇନାଲରେ ପ୍ରବେଶ କରିଛି।  ଆଜି ଟସ୍‌ ଜିତି ଜିସିସି କ୍ରିକେଟ କ୍ଲବ କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ ର ନିଷ୍ପତି ନେଇଥିଲା। ଜିସିସି କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୭ଓଭର ଖେଳରୁ ୨୬.୪ଓଭରର ଖେଳି ସମସ୍ତ ଉଇକେଟ ହରାଇ ୧୦୪ରନ୍ ସଂଗ୍ରହ  କରିଥିଲା। ଜେସିଏ ବାଲେଶ୍ୱର  ନିର୍ଦ୍ଧ।ରିତ ୨୭ଓଭର ମଧ୍ୟରୁ ୨୪.୪ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୬ରନ ସଂଗ୍ରହ କରିଥିଲା। ଦଳର ବ୍ୟାଟ୍ସମ୍ୟାନ  ହରେକୃଷ୍ଣ ରାଉଳ ୪୭ ବଲରୁ ୩୦ ରନ କରିଥିଲେ। ଜିସିସି କେନ୍ଦ୍ରାପଡ଼ା କ୍ରିକେଟ ଟିମ ର  ନୟନ ଗୁପ୍ତା ୨୦ ବଲ ରେ ୩୦ ରନ ଓ ରୋହିତ ୨୩ ବଲ ରୁ ୨୧ ରନ ସଂଗ୍ରହ କରିଥିଲେ । କେନ୍ଦ୍ରାପଡା ର ନୟନ ଗୁପ୍ତା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।ଆସନ୍ତା ବୁଧୁବାର ଦିନ ଫାଇନାଲ ମ୍ୟାଚ ପାରାଦ୍ୱୀପ ସହିତ କେନ୍ଦ୍ରାପଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ପଲିଶ୍ରୀ ଯୁବକ ସଙ୍ଘ ର ସଭାପତି ଅଭିମନ୍ୟୁ ପ୍ରଧାନ ଓ ସଂପାଦକ ଅଭିମନ୍ୟୁ ପ୍ରତିହାରୀ ସୂଚନା ଦେଇଛନ୍ତି ।

Leave A Reply