Odisha news

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା ଘଟଣା, ମହାସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଦାୟୀ କଲେ ବିଡ଼ିଓ 

0
କାକଟପୁର  ୨୯/୧, ପୁରୀଜିଲ୍ଲା କାକଟପୁର ବ୍ଲକରେ ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ପଦବୀ ଗୁଡିକର ଫଳାଫଳ  ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଆଜି ଶତାଧିକ ମହିଳା ବ୍ଲକ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି l ଧାରଣାରତ ମହିଳା ମାନେ ଏଥିପାଇଁ ବ୍ଲକ ସ୍ଥରୀୟ ସମ୍ପାଦିକା, ସଭାନେତ୍ରୀ, ବିସିସି, ବିପିଏମ ଓ ବ୍ଲକ ଅଧିକାରୀଙ୍କୁ ଦାୟୀ କରିଛନ୍ତି l ଅପର ପକ୍ଷରେ ଏ ସଂକ୍ରାନ୍ତରେ କାକଟପୁର ବିଡ଼ିଓ ଡ଼ଃ ତୁଷାର ଜ୍ୟୋତିରଞ୍ଜନ ଙ୍କୁ ପଚାରିବା ରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ ଏଥିରେ ବ୍ଲକର କୌଣସି ଦୋଷ ତ୍ରୁଟି ନଥିବାବେଳେ ମା ମଙ୍ଗଳା ମହିଳା ମହାସଂଘ, କାକଟପୁର ପତ୍ର ସଂଖ୍ୟା-୧୯, ତା.୧୭.୦୧.୨୦୨୩ ଓ ପତ୍ର ସଂଖ୍ୟା-୩୪, ତା.୧୪.୦୨. ୨୦୨୩ ଦ୍ୱାରା ୧୬୪ ସିଆରପି, ୧୨ ଏମବିକେ ଓ ୧୦ ଗୋଟି ବ୍ୟାଙ୍କ ମିତ୍ର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ I ଉକ୍ତ ବିଜ୍ଞପ୍ତି ଆଧାରରେ ୧୫ ଗୋଟି ପଞ୍ଚାୟତରୁ ଆଶାୟୀ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ I ବ୍ଲକ ମହାସଙ୍ଘର ସଭାନେତ୍ରୀ ଓ ସମ୍ପାଦିକା ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ଚୟନର ମାର୍ଗଦର୍ଶିକାକୁ ସଂପୂର୍ଣ୍ଣ ରୂପେ ଉଲଂଘନ କରି ଫଳାଫଳ ପ୍ରକାଶ କରିଥିଲେ ଯାହାଫଳରେ ଉକ୍ତ ବିଜ୍ଞପ୍ତିକୁ  ରଦ୍ଦ କରIଯାଇଥିଲା I ଏହାପରେ କିଛି ଆଶାୟୀ ପାର୍ଥିନୀ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ I ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମିଶନ ଶକ୍ତି ବିଭାଗର ସେକ୍ରେଟାରୀ ତଥା କମିଶନର ଆବେଦନକାରୀଙ୍କ ସମସ୍ତ ନଥିପତ୍ର ମୂଳରୁ ଯାଞ୍ଚ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ I ଉକ୍ତ ନିର୍ଦ୍ଦେଶକୁ ଆଧାର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାକଟପୁର ବ୍ଲକ ମହାସଙ୍ଘକୁ ବିଭିନ୍ନ ପର୍ଯ୍ୟାୟରେ ଚିଠି କରି ଚୟନ ପ୍ରକ୍ରିୟା ଶିଘ୍ର ଶେଷ କରିବା ପାଇଁ କହିଥିଲେ ମଧ୍ୟ ବ୍ଲକ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ଏଥିପ୍ରତି କର୍ଣ୍ଣପାତ ନକରି ଚୟନ ପ୍ରକ୍ରିୟା ଶେଷ କରିବାରେ ଟIଳଟୁଳ ନୀତି ଅବଲମ୍ବନ କରୁଛନ୍ତି I ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ଚୟନ ଠାରୁ ଆରମ୍ଭ କରି ଏହାର ସମସ୍ତ ନଥିପତ୍ର ଉପସ୍ଥାପନ କରିବା ଦାୟିତ୍ଵ ହେଉଛି ବ୍ଲକ ମହାସଂଘର I ବ୍ଲକ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ସେମାନଙ୍କର ଦାୟିତ୍ଵହିନତା ପାଇଁ ଚୟନ ପ୍ରକ୍ରିୟା ବିଳମ୍ବ ହେଉଅଛି I ଏହାସହିତ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ନିଜ ସୁବିଧା ପାଇଁ ବ୍ଲକ ପ୍ରଶାସନକୁ ବାରମ୍ବାର ବଦନାମ କରିବା ସହିତ ବିଭିନ୍ନ  ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି l

Leave A Reply