Odisha news

ବଡଚଣାରେ ନେତୃତ୍ୱ ପରିବର୍ତ୍ତନ ରାଜନିତି : ପ୍ରେସମିଟ ପରେ ପ୍ରେସମିଟ 

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରମୂଖ ନିର୍ବାଚନ ମଣ୍ଡଳି ବଡଚଣାରେ ରାଜନୈତିକ ଛକା ପଂଝା ଏବେଠୁ ଆରମ୍ଭ ହୋଇଛି! ଏଠାରେ ବିଧାୟକଙ୍କ କାର୍ଯ୍ୟ ଶୈଳୀକୁ ବିରୋଧକରି କେତେକ ଦଳୀୟ ନେତୃବୃନ୍ଦ ବଡଚଣାରେ ନେତୃତ୍ୱ ପରିବର୍ତ୍ତନ କରାଯାଇ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କୁ ଦାଇତ୍ଵ ଦେବାପାଇଁ ଡିସେମ୍ବର ୨୪ ତାରିଖ ଦିନ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ କୈଳାସଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ବନ୍ଧୁମିଳନ କରି ଖୋଲାଖୋଲି ଦାବିଥିଲେ! ଏହାପରେ ୨୭ ତାରିଖ ଦିନ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେଡି ବ୍ଳକ ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇ ୨୪ ତାରିଖରେ ଏକାଠି ହୋଇ ନେତୃତ୍ୱ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିବା ଦଳୀୟ ନେତୃବୃନ୍ଦଙ୍କୁ ତିବ୍ର ସମାଲୋଚନା କରାଯାଇ ସେମାନେ କେହି ଏବେ ଦଳରେ ନଥିବା କୁହିବା ସହ ବଡଚଣାରେ ବିଧାୟକ ଅମରପ୍ରସାଦ ଶତପଥୀଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଦୃଢ ଆସ୍ତା ରହିଥିବା ସ୍ପଷ୍ଟୀକରଣ ଦେଇଥିଲେ! ତେବେ ଆଜି ୨୯ ତାରିଖରେ ପୁଣି ଜନ୍ମେଜୟଙ୍କୁ ବଡଚଣାରେ ନେତୃତ୍ୱ ଦେବାପାଇଁ ଦାବିକରୁଥିବା ନେତୃବୃନ୍ଦ ମାନେ ସ୍ଥାନୀୟ ଲୋଟସ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକାଠି ହୋଇ ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ ଓ ୨୭ ତାରିଖର ସାମ୍ବାଦିକ ସମ୍ମିଳନୀରେ ଉପସ୍ତିତ ହୋଇ ଦଳର ବହୁ ବରିଷ୍ଠ ନେତୃବୃନ୍ଦଙ୍କୁ ସମାଲୋଚନା କରିଥିବା କର୍ମକର୍ତ୍ତା ମାନଙ୍କୁ ତିବ୍ର ସମାଲୋଚନା କରିଛନ୍ତି! ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ,ପ୍ରାକ୍ତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର,ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଆଶିଷ ରଞନ ଚୌଧୁରୀ,ନିହାର ରଞନ ମିଶ୍ର,ସରପଂଚ ପ୍ରମୋଦ ଜେନା, ଅବଦୁଲ ଗନି,ଅକ୍ଷୟ ରାଉତରାୟ,ପ୍ରାକ୍ତନ ବ୍ଳକ ମହିଳା ସଭାନେତ୍ରୀ ଦମୟନ୍ତି ସାମଲ,ଦିଲ୍ଲୀପ ସାମଲ,ଧନେଶ୍ୱର ବେହେରା,ଭାରତଭୂଷଣ ମହାନ୍ତି,ଖଗେଶ୍ୱର ସାହୁ ପ୍ରମୂଖ ଉପସ୍ଥିତ ରହି ସେମାନେ ଦଳର ଶୃଙ୍ଖଳା ରକ୍ଷାକରି ଦୀର୍ଘ ଦିନହେବ ଦଳ ପାଇଁ ଓ ବୀଧାୟକଙ୍କୁ ବିଜୟୀ କରାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛୁ! ଏପରିକି ଗତ ନିର୍ବାଚନ ସମୟରେ ଆମମାନଙ୍କ କଠିନ ପରିଶ୍ରମ ଓ ସମର୍ଥନ ଯୋଗୁ ବିଧାୟକ ସୁଳ୍ପ ଭୋଟ ବ୍ୟବଧାନରେ ବୀଜୟୀ।ହୋଇଥିଲେ।ବୋଲି ସେମାନେ କହିଥିଲେ! ଏପରିକି ବଡଚଣା ବ୍ଳକ ସଭାପତିଙ୍କର ଯଦି ଦମ ଅଛି ତେବେ ସେ ଆମ ମାପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୂ ବୋଲି ମଧ୍ୟ ଆହ୍ୱାନ ଦେଇଥିଲେ! ଏଥିସହିତ ଗତ ୨୦୯୪ ଠାରୁ ଅଦ୍ୟାବଧି ଦଳକୁ ଆମର ଯୋଗଦାନ ଓ ଦଳରେ ଆମର ସ୍ଥିତି କଣ ଏବଂ ଏବେର ଯେଉଁ ବ୍ଳକ ସଭାପତି ଓ ତାଙ୍କର ହାତ ଗଣତି କେଇଜଣ ସମର୍ଥକଙ୍କ ପୂର୍ବର ଦଳୀୟ ସ୍ଥିତି ଓ କାର୍ଯ୍ୟ ଧାରା ନେଇ ସେମାନେ ଆତ୍ମ ସମିକ୍ଷା କରନ୍ତୁ ବୋଲି ମନ୍ତବ୍ୟ ଦେଇ ଦଳରେ ଆମେ ଥିଲୁ ଓ ଅଛୁବୋଲି ସ୍ପଷ୍ଟ କରିଥିଲେ! ତେବେ ଏଠାରେ ଗୋଟିଏ ଦଳର ନେତୃ ମଣ୍ଡଳୀଙ୍କ ଏପରି ଭିନ୍ନ ଭିନ୍ନ ମତ ଓ ବାରମ୍ବାର ପ୍ରେସମିଟ ଆହ୍ୱାନ ଘଠଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି!

Leave A Reply