Odisha news

ବଂଗୀୟ ଅଧୁଷିତ ଅଂଚଳରେ ଧର୍ମାନ୍ତିକରଣ କରଣ ଘଟଣା : ରାଜନଗର ହିନ୍ଦୁ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

0
ରାଜନଗର :   ରାଜନଗର ବ୍ଲକର ଉପାନ୍ତ ବଂଗୀୟ ଅଧୁଷିତ ଅଂଚଳରେ ଧର୍ମାନ୍ତିକରଣ  ଘଟଣାକୁ ନେଇ ସମଗ୍ର ଅଂଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଧର୍ମାନ୍ରୀକରଣ କରଣର ଏକ ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇଛି। ଖବର ପ୍ରକାଶ ପାଇବା ପରେ ରାଜନଗର ହିନ୍ଦୁ ସଂସ୍କୃତି ସୁରକ୍ଷା ସମିତିର ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ କୁମାର ଲେଙ୍କା, ବିବେକାନନ୍ଦ ଭୂୟାଁ, ଆଇନଜିବୀ ଦେବଦତ ସେଠୀ, ମନ୍ମଥ ରାଉତ, ସୌମ୍ୟ ରଂଜନ ଜେନା, ବିକାଶ ସେଠୀ, ସମୀର କୁମାର ଜେନା, ମନୋଜ ଦାସ ପ୍ରମୁଖ ଆଜି ରାଜନଗର ତହସିଲଦାର ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ଧର୍ମ ପରିବର୍ତନ ପାଇଁ ଲୋକମାନଙ୍କୁ ପ୍ରବର୍ତ।ଇ ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଚନ୍ତି। ରାଜନଗର ବ୍ଲକ ତାଳଚୁଆ ଅଂଚଳର କିଛି ଖ୍ରୀଷ୍ଟଧର୍ମ ପ୍ରଚାରକ ସେହି ଅଂଚଳରେ ବେଆଇନ ଭାବେ ଓଡିଶା ସରକାରଙ୍କ ୧୯୬୦ ଧର୍ମାନ୍ତି କରଣ ଆଇନକୁ ଖୋଲାଖୋଲି ଉଲଂଘନ କରି ଧର୍ମନ୍ତିକରଣ କାର୍ଯ୍ୟକ୍ରମରେ ଲିପ୍ତ ରହିବା ସହିତ ଭାଇରାଲ  ଭିଡିଓରେ ରହିଥିବା ଏହି ଅଂଚଳର ରାମଚନ୍ଦ୍ର ପ୍ରଧାନ ଓ ମଂଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାଗ୍ୟଧର ପରମାଣିକ ଏଥିରେ ମୁଖ୍ୟ ଭୂମିକା ନିର୍ବ।ହ କରୁଛନ୍ତି।  ଦୀର୍ଘଦିନ ହେବ ଏହିଭଳି ଭାବେ ସେହି ଅଂଚଳରେ ବେଆଇନ ଧର୍ମାନ୍ତିକରଣରେ ଲିପ୍ତ ରହି ହିନ୍ଦୁ ସଂସ୍କୃତି ପ୍ରତି ବିପଦର କାରଣ ସାଜିଥିବା କେରୁଆଁପାଳ ପଂଚାୟତର ରାମଚନ୍ଦ୍ର ପ୍ରଧାନ ଓ ମଂଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାଗ୍ୟଧର ପରମାଣିକଙ୍କୁ ତୁରନ୍ତ ଗିରଫ, ଅନ୍ଧବିଶ୍ବାସ ଓ ପ୍ରଲୋଭନର ବଶବର୍ତୀ ହୋଇ ହିନ୍ଦୁ ଧର୍ମ ତ୍ୟାଗ କରିଥିବା ବ୍ୟକ୍ତିମାନଙ୍କୁ ପୁନଃ ହିନ୍ଦୁ ଧର୍ମକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବା, ସେହି ଅଂଚଳରେ ଥିବା ବେଆଇନ ଚର୍ଚ୍ଚ ଗୁଡିକୁ ଭାଙ୍ଗିବା ପାଇଁ ଦାବୀରେ ଉଲ୍ଲେଖ କରିଛନ୍ତି। ୭ଦିନ ମଧ୍ୟରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ  ହିନ୍ଦୁ ସଂସ୍କୃତି ସୁରକ୍ଷା ସମିତି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ  ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ରାଜନଗର ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Leave A Reply