Odisha news

ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟ କ୍ରମର ଶୁଭାରମ୍ଭ।

0
ରାଜନଗର : ୧୯/୧୦, ରାଜ୍ୟ ରାଜଧାନୀ ଭୁବନେଶ୍ଵର ରୁ ଗୁରୁବାର ଆଭାଷିଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ପ୍ରତିପଞ୍ଚାୟତ ପାଇବ ୫୦ଲକ୍ଷ ଟଙ୍କା। ପଞ୍ଚାୟତ ପାଇଁ ଦିଆଯାଇଥିବା ଅନୁଦାନ କୁ ସ୍ୱଚ୍ଛସହ ଖର୍ଚ୍ଚ କରିବେ ବୋଲି ମୋର ବିଶ୍ବାସ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହିଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ ବୋଧନ ଦେଇ କହିଲେ ଓଡ଼ିଶା ହେଉଛି, ଶାନ୍ତି, ମୈତ୍ରୀ ଓ ଭାଇ ଚାରାର ଭୂମି। ଏହା ହେଉଛି ଆମ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଂସ୍କୃତି ଓ ସଂରକ୍ଷଣ ଉପରେ ଆମେ ଜୋର ଦେଇଛୁ। ଲକ୍ଷ୍ୟ ସମସ୍ତଙ୍କୁ ସମ୍ମାନ, ସମସ୍ତଙ୍କ ବିକାଶ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସବୁ ପଞ୍ଚାୟତ ସ୍ତରରେ ହେବ। ମା ମାନଙ୍କ ବିକାଶ, ଯୁବକ ମାନଙ୍କ ବିକାଶ ପ୍ରଭୁତି ବକ୍ତବ୍ୟ ରେ କହିବା ସହ ଆମ ଗାଁ ହେବ ସସକ୍ତ। ପ୍ରତି ଗାଁହେବ ସଶକ୍ତଓଡିଶା ର ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଆଭାସିରେ ବାକ୍ତବ୍ୟ ମାଧ୍ୟମ ରେ କହିଥିଲେ। ଆମ ଅଞ୍ଚଳ ର କେତେଗୁଡ଼ିଏ ପ୍ରକଳ୍ପ ପାଇଁ ଅନୁଦାନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ମଞ୍ଜୁର କରାଯାଇ ଥିବା ୫ଟି ସଚିବ ଆଭାସିରେ ଘୋଷଣା କରିଥିଲେ। ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଙ୍କୁ କୃତଜ୍ଞତା ଜଣାଇଥିଲେ। ମହିଁସାଶୁର ପଞ୍ଚାୟତ ଅଫିସ୍ ସମ୍ମୁଖରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ବି ଡି ଓ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ଥାନା ଅଧିକାରୀ ଅଜୟ କୁମାର ଜେନା ଆଇନୀ ଶୃଙ୍ଖଳା ରକ୍ଷା ଦିଗରେ ଗୁରୁତ୍ୱ ଦେଇଥିଲେ।

Leave A Reply