Odisha news

ନକଲି ପୋଲିସ ସାଜି ଅସଲି ପୋଲିସକୁ ଚାନ୍ଦାମାଗି ଅସୌଜନ୍ୟ ବ୍ୟବହାର : ଦୁଇ ଯୁବକ ଗିରଫ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ପବିତ୍ର ମହାବିନାୟକ ପୀଠ ଓ ମା”ବନଦୂର୍ଗାଙ୍କ ଦର୍ଶନ ପାଇଁ ସୁଦୂର କେଉଁଝରରୁ ସପତ୍ନୀକ ଆସିଥିବା ଏକ ପୋଲିସ ଦମ୍ପତ୍ତିଙ୍କୁ ସ୍ଥାନୀୟ ଅଞ୍ଚଳର ତିନିଜଣ ଯୁବକ ନକଲି ପୋଲିସ ସାଜି ଅସୌଜନ୍ୟ ବ୍ୟବହାର କରିବା ସହ ସେମାନଙ୍କୁ ଚାନ୍ଦା ଯୁଲମକରି ହରଡ ଘଣାରେ ପଡିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି! ଶେଷରେ ଅସଲି ପୋଲିଙ୍କ ଅଭିଯୋଗ କ୍ରମେ ବଡଚଣା ଥାନା ପୋଲିସ ସପୃକ୍ତ ନକଲି ପୋଲିସ ସାଜିଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି! ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ ଯାଜପୁର ଜିଲ୍ଲାର ବୈରୀ ସ୍ଥିତ ପିଟିଆଇରେ କନେଷ୍ଟବଳ ଭାବେ କାର୍ଯ୍ୟରତ କେଉଁଝର ଜିଲ୍ଲାର ରୁପାଲୀ ଭୋଇ(୩୩)ବୁଧବାଳ ଦିନ ତାଙ୍କ ସ୍ୱାମୀଙ୍କ ସହିତ ପ୍ରଭୁ ମହାବିନାୟକ ଓ ବାରୁଣାବନ୍ତ ପର୍ବତ ଉପରେ ଥିବା ମା’ବନଦୂର୍ଗାଙ୍କ ଦର୍ଶନ ପାଇଁ ଆସିଥିଲେ! ପ୍ରଥମେ ସେମାନେ ମହାବିନାୟକଙ୍କ ଦର୍ଶନ ସାରି ବନଦୂର୍ଗାଙ୍କ ଦର୍ଶନ ପାଇଁ ପାହାଡ ଉପରକୁ ଉଠୁଥିଲା ବେଳେ ତିନିଜଣ ଯୁବକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ହଠାତ ତାଙ୍କୁ ଅଧାବାଟରେ ଅଟକାଇ ଅସୌଜନ୍ୟ ବ୍ୟବହାର କରିବା ସହ ୧୦ ହଜାର ବଟିଦେଲେ ତାଙ୍କୁ ଛାଡିବେ ନଚେତ ଥାନାକୁ ନେଇଯିବେ ବୋଲି ଧମକାଇ ଥିଲେ! ତେବେ ଏହି ନକଲି ପୋଲିସ ସାଜିଥିବା ଯୁବକଙ୍କ ଉପରେ ସନ୍ଦେହ ହେବାରୁ ଅସଲି ପୋଲିସ କନଷ୍ଟେବଳ ରୁପାଲୀ ସଙ୍ଗେସଙ୍ଗେ ବଡଚଣା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରି ସହାୟତା ମାଗିଥିଲେ! ଖବରପାଇ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ସଦଳବଳେ ଘଠଣା ସ୍ଥଳରେ ପହଞ୍ଚି ଥିଲେ! ପୋଲିସକୁ ଦେଖି ଜଣେ ଯୁବକ ଘଟଣା ସ୍ଥଳରୁ ଦୌଡି ପଳାଇଥିଲା ବେଳେ ପୋଲିସ ବାହିନୀ ଅନ୍ୟ ଦୁଇ ଯୁବକଙ୍କୁ ଗିରଫ କରିଥିଲା! ଗିରଫ ଦୁଇ ଯୁବକ ହେଉଛନ୍ତି ବଡଚଣା ଥାନା କୋଲସାହି ଗ୍ରାମର ପ୍ରଫୁଲ ସାହୁଙ୍କ ପୁଅ ଭିକୁ ଓରଫ ଭଜମନ ସାହୁ (୨୩) ଓ ଦର୍ପଣ ଗ୍ରାମର ଅରକ୍ଷୀତ ସାହୁଙ୍କ ପୁଅ ମଣିଆ ସାହୁ (୨୪)! ପରେ ପୋଲିସ ଥାନା କେଶ ନମ୍ବର ୩୧୨/୨୩ରେ ମାମଲା ପଞ୍ଜିକରଣ କରି ଉଭୟ ଯୁବକଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି! ପ୍ରକାଶ ଥାଉକି ମହାବିନାୟକ ପୀଠରୁ ମା ବନଦୂର୍ଗା ପୀଠକୁ ରହିଥିବା ପାହାଡ ଉପର ରାସ୍ଥା ନିଛାଟିଆ ହୋଇଥିବାରୁ ତାହାର ସୂଯୋଗ ନେଇ ଅସାମାଜିକ ଯୁବକ ମାନେ ପୂର୍ବରୁ ବହୁ ଅଘଟଣ ଘଟାଉଥିଲେ! ଯାହାକୁନେଇ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହେଉଥିଲା! ଏବେ ବଡଚଣା ଥାନା ଅଧିକାରୀଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସପୃକ୍ତ ଅସାମାଜିକ ଯୁବକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି! ଆଗକୁ ଯେପରି କୌଣସି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନରେ କୌଣସି ଅସୁବାଧା ନହୁଏ ସେଥିପ୍ରତି ଦୃଷ୍ଟି।ଦୀଆଯିବା ସହ ଅସାଜିକ କାଣ୍ଡ ଭିଆଉଥିବା ଯୁବକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି!

Leave A Reply