Odisha news

କୋର୍ଟରେ ବୟାନ ବଦଳାଇବା ମହଙ୍ଗା ପଡିଛି , ଦୁଇ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0
 ଵ୍ରହ୍ମପୁର-ଭିଜିଲାନ୍ସ ମାମଲାରେ ସାକ୍ଷୀ ହୋଇ ବୟାନ୍‌ ବଦଳାଇବା ଦୁଇ ଅଧିକାରୀଙ୍କୁ ଏବେ ମହଙ୍ଗା ପଡ଼ିଛି। ଭିଜିଲାନ୍ସ ନିର୍ଦ୍ଦେଶକ ୟଶବନ୍ତ ଜେଠୱା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଗଣେଶ ପ୍ରଧାନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧୀ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ୍‌ କରିଥିବା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପିପି ସୁରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ବିବାହ ପ୍ରମାଣପତ୍ର ପାଇବା ପାଇଁ ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟରେ ଆବେଦନ କରିଥିଲେ। ପ୍ରମାଣପତ୍ର ପ୍ରଦାନ ପାଇଁ ତତ୍କାଳୀନ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ପ୍ରିୟରଂଜନ ମହାରଣା ତାଙ୍କୁ ୨୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ୨୦୨୦ ନଭେମ୍ବର ମାସ ୯ତାରିଖରେ ଆବେଦନକାରୀ ଲାଞ୍ଚ ଟଙ୍କା ନେଇ ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟକୁ ଯାଇଥିଲେ। ଲାଞ୍ଚ ଟଙ୍କା ଦେଇ ସାରିବା ପରେ ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ଉ କରି କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ପ୍ରିୟରଂଜନ ମହାରଣାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହି ସମୟରେ ସେଠାରୁ ବିଭିନ୍ନ ପ୍ରକାର କାଗଜପତ୍ର ଜବତ କରାଯାଇଥିଲା। ସେହିପରି ଆସି‌ଷ୍ଟାଣ୍ଟ୍‌ ଟ୍ୟାକ୍ସ କଲେକ୍ଟର୍‌ ବିଶ୍ବନାଥ ଦଳେଇ ଓ କନିଷ୍ଠ ଯନ୍ତ୍ରୀ ରଶ୍ମିରାଣୀ ନାହାକଙ୍କ ବୟାନ୍‌ ରେକର୍ଡ଼ କରାଯାଇଥିଲା। ଏହି ମାମଲାରେ ଉଭୟେ ଭିଜିଲାନ୍ସ ଗତ ୧୬ତାରିଖରେ କୋର୍ଟରେ ହାଜର ହୋଇ ତାଙ୍କର ବୟାନ୍‌ ଦେଇଥିଲେ। ହେଲେ ତଦନ୍ତ ଅଧିକାରୀଙ୍କୁ ସେ ସମୟରେ ଦେଇଥିବା ବୟାନ୍‌ କୋର୍ଟରେ ବଦଳାଇ ଦେଇଥିଲେ। ଏଣୁ ଭିଜିଲାନ୍ସ ନିର୍ଦ୍ଦେଶ ଉଭୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀ ରଂଶ୍ମିରାଣୀ ଏବେ ପୁରୁଷୋତ୍ତମପୁର ଏନ୍‌ଏସିରେ କାର୍ଯ୍ୟରତ ଅଛନ୍ତି। ଏହି ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ଗୋପାଳପୁର ଏନ୍‌ଏସି ଓ ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଚିଠି ଜାରି କରିଛନ୍ତି।

Leave A Reply