Odisha news

କୋଣାର୍କ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରା 

0
କୋଣାର୍କ- ଭାରତ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ଵାରା ପରିଚାଳିତ ପୁରିଯିଲା ନେହେରୁ ଯୁବ କେନ୍ଦ୍ର , ବସନ୍ତ ମଞ୍ଜରୀ ପାଠାଗାର,କୋଣାର୍କ, ଫ୍ରେଣ୍ଡ୍ ସ କ୍ଲବ, ଶିରିପୂର୍ ଓ ଡାକ ବିଭାଗ ର ମିଳିତ ସହଯୋଗ ରେ ଗୁରୁବାର କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଏକ ବିଶାଳ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପୁରୀ ଡାକ ମଣ୍ଡଳ ର ଉପ ଅଧିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ସ୍ବାଇଁ, ପ୍ରତ୍ନତତ୍ତ୍ଵ ବିଭାଗର ସି ଇ ଓ ଦେବେନ୍ଦ୍ର କୁମାର, ସୋଲାର ର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ନିମାପଡ଼ା ଉପ ଡାକ ନିରୀକ୍ଷକ ଶୁଭାଶିଷ ଆଚାର୍ଯ୍ୟ, ଅରୁଣ କୁମାର ପରିଡ଼ା, ଯୁବ ସମାଜ ସେବୀ ରାମକୃଷ୍ଣ ମହାନ୍ତି, ଜବାହର ନବୋଦୟ ବିଦ୍ୟାଳୟର ଲକ୍ଷ୍ମୀଧର ମଲିକ, ଅବରର ପ୍ରାପ୍ତ ସୈନିକ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରମୁଖ ସବୁଜ ପତାକା ଦେଖାଇ କଳସ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ,.ପରେ ପରେ ଶୋଭାଯାତ୍ରା ରେ ଘରେ ଘରେ ପବିତ୍ର ମାଟି ସଂଗ୍ରହ କରାଯାଇ ଶୋଭାଯାତ୍ରା ଯାତ୍ରୀନିବାସ ଠାରେ ପହନାଚିବା ପରେ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠି ସ୍ୱାଗତ କରିଥିଲେ, ପରେ ପରେ ଅବସର ପ୍ରାପ୍ତ ସୈନିକ ଜିତେନ୍ କୁମାର ମହାନ୍ତି, ପ୍ରକାଶ କୁମାର ପାତ୍ର, ଓ ଶୋଚ୍ଛ ସାଥି ମାନଙ୍କୁ ଉତ୍ତରୀୟ, ପୁଷ୍ପାଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା. ପଞ୍ଚପ୍ରlଣ ଶପଥ ପାଠ ପରେ ରାଷ୍ଟ୍ରୀୟ ସଂଗୀତ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା, ଏହାକୁ ସମାଜସେବୀ ନିରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ପ୍ରଧାନ, ଲୋକନାଥ ବେହେରା ଦିଲ୍ଲୀପ କୁମାର ନାୟକ ,ଜ୍ଞାନ ରଞ୍ଜନ ବିଶ୍ୱାଳ, ଭାଗିରଥି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ରେ ଆର୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ, ଜବାହର ନବୋଦୟ ବିଦ୍ୟାଳୟ, କୋଣାର୍କ ଭଗବତୀ ମହାବିଦ୍ୟାଳୟ, ସରକାରୀ ଉଚ ବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଦାମୋଦର ବାଳିକା ଉଚ ବିଦ୍ୟାଳୟ, କୋଣାର୍କ ବାଳିକା ଉଚ ବିଦ୍ୟାଳୟ ର ପାଞ୍ଚ ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l

Leave A Reply