ତିହିଡି, ୦୪/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶ ସୂରଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ଯୋଜନାରେ ଓ ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ଗୃହ ନିର୍ମାଣ କରାଯାଇଥିଲା । ଏହି ନୂତନ ଗୃହ ନିର୍ମାଣ ପରେ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଏଠାକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ଥିବା ଗୃହରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିବାରେ ସମସ୍ୟା ସୃଷ୍ଟି ହେଉଥିଲା । ଅନ୍ତେବାସୀ ରୋଗୀଙ୍କ ରହିବା ପାଇଁ ଆବଶ୍ୟକ ସଂଖ୍ୟକ ଶଯ୍ୟା ଠାରୁ ପୁଣି ମେଡିକାଲ ଉପକରଣ ରଖିବା ଯାଏଁ ଅସୁବିଧା ସୃଷ୍ଟି ହେଉଥିଲା । ସ୍ୱାସ୍ଥ୍ୟକେନ୍ଦ୍ରଟି ନବନିର୍ମିତ ଗୃହକୁ ସ୍ଥାନାନ୍ତର ପରେ ଏବେ ଏସବୁ ସମସ୍ୟା ଦୂରହେବ ବୋଲି ଜଣାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଦୀନବନ୍ଧୁ ପତି, ଜିଲ୍ଲାପାଳ ଦୀଲ୍ଲୀପ କୁମାର ରାଉତରାଏ, ଜିଳ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧିର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଶୁଭକାନ୍ତ ଓଝା, ବିଡିଓ ନିରଞ୍ଜନ ବାରିକ, ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ଡା, ସରପଞ୍ଚ ମାମିନା ଜେନା. ସମିତିସଭ୍ୟା ପୁଷ୍ପାଞ୍ଜଳି ବେହେରା, ବିଜେପି ନେତା ଭରତ ଚନ୍ଦ୍ର ସାହୁ, ସୁଧାଂଶୁ ପାଣିଗ୍ରାହୀ, ବୁଦ୍ଧଦେବ ଜେନା, ତପନ ପାଢୀ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, କାନ୍ତକବି ମଣ୍ଡଳ ସଭାପତି ସରୋଜ ନାୟକ, ସାହାଡାସୁନ୍ଦରୀ ମଣ୍ଡଳ ସଭାପତି କେଶବ ବେହେରା, ସରପଞ୍ଚ ସଞ୍ଜିବ ବେହେରା, ଶୁଭ୍ରନାରାୟଣ ସେଠୀ, ଉଷାକାନ୍ତ ନାୟକ. ପ୍ରାକ୍ତନ ସରପଞ୍ଚ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସୂରଜ ନିକଟସ୍ଥ କୁମାରେଶ୍ୱର ମନ୍ଦିର ଓ ମୋଡସାହିସ୍ଥିତ ମାଉସୀ ମା’ ମନ୍ଦିରକୁ ଯାଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
