Odisha news

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସହିତ ଡ୍ୟାନ୍ସ କଲେ କଟପା , ଭିଡିଓ ଭାଇରାଲ

0
ନୂଆଦିଲ୍ଲୀ : ‘ ବାହୁବଳୀ ‘ ଚଳଚ୍ଚିତ୍ର ରେ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକ ଙ୍କ ମନକୁ ଜିଣି ପାରିଥିବା କଟପା ଚରିତ୍ର ଖୁବ୍ ଆଦୃତ ହୋଇଥିଲା। ଆଜି ମଧ୍ୟ ସମସ୍ତେ ଏହି ଚରିତ୍ର ଟିକୁ ମନେରଖି ଛନ୍ତି । ଏହି ଚଳଚ୍ଚିତ୍ର ରେ ଅଭିନୟ କରିଥିବା କଳାକାର ଙ୍କ ନାମ ହେଉଛି ‘ ସତ୍ୟରାଜ୍ ‘ । ବର୍ତ୍ତମାନ୍ ସତ୍ୟରାଜ୍
ଙ୍କ ର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଟି ତାଙ୍କର ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି ।
ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ସତ୍ୟରାଜ୍ ଗୋଟିଏ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ଭିଡିଓ ରେ ଦେଖିବାକୁ ମିଳିଛି ସତ୍ୟରଜ୍ ଙ୍କ ସହିତ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ହତ୍ୟାକାରୀ ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଅଛନ୍ତି ଓ ସେ ଅଭିନେତା ଙ୍କ ସହିତ ଡ୍ୟାନ୍ସ କରୁଛନ୍ତି ।
ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଦୋଷୀ ମାନଙ୍କ ମଧ୍ୟରୁ ଜଣେ ଏଜି ପରାରିବଳନ ନିଜ ପିତାମାତା ଙ୍କ ଜନ୍ମଦିନ ରେ ଏହି କାର୍ଯ୍ୟକ୍ରମ ଟି ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସତ୍ୟାରାଜ୍ ଙ୍କ ବ୍ୟତୀତ ଅନେକ ନେତା ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ରାଜୀବ ଗାନ୍ଧି ହତ୍ୟାକାଣ୍ଡ ର ଏହି ପେରାରି ବାଳନ ୩୧ ବର୍ଷ ଜେଲ୍ ରେ ଥିଲେ । ଜେଲ ରେ ଥିବା ସମୟରେ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ଦେଖି ତାଙ୍କୁ ସୁପ୍ରିମ କୋର୍ଟ ମାର୍ଚ୍ଚ ୯ ୨୦୨୨ ରେ ଦଣ୍ଡାଦେଶ କୋହଳ କରିଥିଲେ । ୧୯୯୧ ଜୁନ ୧୧ ରେ ଏଜୀ ପରାରି ବଳନ କୁ ତା ଘରୁ ଗିରଫ କରାଯାଇ ଥିଲା। ସେତେବେଳେ ତା ବୟସ ୧୯ ବର୍ଷ ଥିଲା ।
Leave A Reply