ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ମାନଙ୍କ ମଧ୍ୟରେ ପର୍ବ ମାନଙ୍କର ଆଗମନ l ପର୍ବମାନେ ଆସିବା ପୂର୍ବରୁ ଧାରାବକ୍ଷ ଚଳଚଂଚଳ ହୋଇଉଠେ l ଏହି ଚଂଚକତା ମଧ୍ୟରେ କେତେଯେ ମାଧୁର୍ଯ୍ୟ ଭରି ରହିଥାଏ ତାର କଳନା କରି ହୁଏନା l ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚାରିଆଡ ଉତ୍ସବ ମୁଖର l ସତେକି ମଣିଷ ମାନେ ନିଜର ଦୁଃଖ ଯନ୍ତ୍ରଣାକୁ ଭୁଲି ଆଗେଇ ଆସନ୍ତି ଶାମୁହଁ ଭାବରେ ହସ ଉଲ୍ଲାସରେ ନିଜ ଜୀବନର ସୁଖକୁ ଅନୁଭବ କରିବା ପାଇଁ l କ୍ଷଣିକ ପାଇଁ ହେଉପଛେ ଏକ ଅଃସ୍ଫୁରଣୀୟ ଆନନ୍ଦ ପାଇଁ l ଅର୍ଥ ମଧ୍ୟ ଏଠି ବାଧକ ସଜେନାହିଁ l ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ମନର ଆନନ୍ଦ ସମାନ କାରଣ ରଜ ଆସିଛି l
କିନ୍ତୁ ଏହିଥର କାନ୍ଦୁଚି ଧରଣୀ ,ଖୋଜୁଛି ସମସ୍ତଙ୍କ ଓଠର ହସ ,ସତରେ କଣ ଆଉ ସେ ଦିନ ଫେରିବ ନାହିଁ l ସବୁବର୍ଷ ଭଳି ଏହିବର୍ଷ ଦିନ ,ମାସ ,ତାରିଖ ,ତିଥି ସବୁ ଠିକଅଛି କିନ୍ତୁ ସମୟ ବଦଳି ଯାଇଛି l ମନରେ ଚଞ୍ଚଳତା ଅଛି ହେଲେ ସମୟ ଦେଉନି ସାଙ୍ଗ l ଦୋକାନ ବଜାର ବନ୍ଦ ,ବନ୍ଧୁ ବାନ୍ଧବଙ୍କ ଯିବା ଆସିବା ବନ୍ଦ ,ସବୁଆଡେ ଖାଁ ଖାଁ ଓ ନିସ୍ତବ୍ଦ l ଆଉ ସେ କୋଳାହଳ ନାହିଁ ହସ ଉଲ୍ଲାସ ନାହିଁ l କଣ ସତରେ ଏଠି ଦଇବ ସାଜିଛି ବଇରୀ !
ଲାଗୁଛି ସତେ ଯେମିତି ଧରଣୀ ରାଣୀ ଆଖିରେ ଅସୁମାରୀ ଲୁହନେଇ ଅପେକ୍ଷା କରିଛି ଆମର ହସ ଓ ସୁଖ ପାଇଁ l କିନ୍ତୁ ଏଇ ନିସ୍ତବ୍ଦତା ଭିତରେ ବି ସମସ୍ତଙ୍କ ମନରେ ଏକ ସମ୍ୟକ ଆନନ୍ଦ ଖେଳି ଯାଉଛି l ଓଡ଼ିଶାର ମୁଖ୍ୟପର୍ବ ରଜ,କିନ୍ତୁ ଏଇଥର ହେଉଛି ଏକ ରସବିହୀନ ରଜ l କୋଳାହଳ ଥାଇ ମଧ୍ୟ ସ୍ତବ୍ଦ ଗାଁ ଗହଳିରେ ଲୋକ ଥାଇ ମଧ୍ୟ ଶୂନ ସାନ ,ସହରରେ ପେଁ ପାଁ ରହିଥିଲେ ମଧ୍ୟ ଆଉ ଆଗଭଳି ସେ ଚମକ ନାହିଁ l ରାତ୍ରିର ନିସ୍ତବ୍ଦତା କଥା ନ କହିବା ଭଲ ,ସତେ ଯେମିତି ଅନ୍ଧାର ରୁପି ରାକ୍ଷସଟା ସାରା ଓଡିଶାକୁ ଗ୍ରାସ କରିଯାଇଛି l
ସାମାନ୍ୟ ଗୋଟିଏ “ଭୁତାଣୁ “ର ଭୟରେ ସାରା ବିଶ୍ୱ ସ୍ତବ୍ଦ l ଆମର ପ୍ରିୟ ରଜପର୍ବ ମଧ୍ୟ ଫିକା l ଗାଁ ଦାଣ୍ଡରେ ଆଉ ଆଗପରି ପୁଚି ଖେଳରେ ଧୂଳି ଉଡିବନି ,ଦୋଳି ଖେଳର ଓ ରଜ ଗୀତର କୋଳାହଳ ଆଉ ଶୁଭିବନି ,ରଜଘରେ ଲୁଡୁ ଓ ତାସର ପସରା ଆଉ ମେଲିବାନୀ l ଗାଁର ଆମ୍ବତୋଟା ବି ସୋଇଛି ଚୁପ ହୋଇ ,ପକ୍ଷୀ ମାନଙ୍କର କୋଳାହଳ ଶୁଭୁଚି ହେଲେ କବାଡି ଖେଳର ଆଉ ଘୋଘl ନାହିଁ l କାରଣ ଏଇଥର ରଜ ଆଉ ବନ୍ଧୁ ବାନ୍ଧବ ସାଙ୍ଗସାଥି ମାନଙ୍କ ସହ ନୁହେଁ ଏକା ଏକା ନିଜ ଘରେ ପାଳିବା l
କାରଣ ଓଡ଼ିଶାରେ ଲକଡାଉନ ଓ ସଟଡାଉନ ଚାଲିଛି l ସେହି ଭିତରେ ଆମକୁ ଏକ ନିରାଡ଼ମ୍ବର ରଜ ପାଳନ କରିବାକୁ ଅଛି l ପିଠା ପଣା ସବୁହେବ କିନ୍ତୁ ପୀଠlର ଦିଆନିଆ ହେବ ନାହିଁ l ରଜପାନ ସମସ୍ତେ ଖାଇବେ ହେଲେ ରଜପାନ ବଣ୍ଟା ହବନି ରଜଦୋଳି ସମସ୍ତେ ଝୁଲିବେ ହେଲେ ରଜଗୀତର କୋଳାହଳ ଶୁଭିବ ନାହିଁ l
ସତେକି ଆଜି ଅଭିଶପ୍ତ ପ୍ରକୃତି ଗର୍ଭରେ ମଣିଷ ସମାଜ l ଧରଣୀ ମା ରଜବାତୀ ହୋଇଛି ସତ ହେଲେ ଏଇ ସୁଖକୁ ସମସ୍ତେ ଏକତ୍ରିତ ହୋଇ ଅନୁଭବ କରି ପାରୁନାହାନ୍ତି l କୋଭିଡି କବଳରେ ଆଜି ଧରଣୀ ରାଣୀ l