Odisha news

ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଉଦ୍ଧବ ଠାକରେଙ୍କ ଉପରେ ଭାଈ ରାଜ ଠାକରେଙ୍କ ଟିପ୍ପଣୀ

0

ଉଦ୍ଧବ ଠାକରେ  ଙ୍କ ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଗୁରୁବାର ଦିନ ମହାରାଷ୍ଟ୍ର ନବନିର୍ମାଣ ସେନା ର ଅଧକ୍ଷ ରାଜ ଠାକରେ ତାଙ୍କୁ ଆକ୍ଷେପ କରି ଟୁଇଟ କରିଥିଲେ l ସେ ଉଦ୍ଧବ ଙ୍କର ସିଧାସଳଖ ନାମ ନେଇ ନଥିଲେ ମଧ୍ୟ ଟୁଇଟ ଉଦ୍ଧବ ଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରୁଛି l ସେ ନିଜ ଟୁଇଟ ରେ କହିଥିଲେ ଯେ ‘ ଯେବେ କୌଣସି ବ୍ୟକ୍ତି ସୌଭାଗ୍ୟ କୁ ନିଜର ସିଦ୍ଧି ଭାବି ନେଇଥାଏ , ସେତେବେଳେ ସେହି ସମୟରୁ ପତନ ଆଡକୁ ଯାତ୍ରା ଆରମ୍ଭ ହେବାକୁ ଲାଗିଥାଏ l’ ସବିଶେନା ର ବରିଷ୍ଠ ନେତା ଏକନାଥ ସିନ୍ଧେ ଙ୍କ ତତ୍ୱାବଧାନ ରେ କିଛି ଶିବସେନା ନେତା ଦଳ ଛାଡିଥିଲେ l ଏହା ପରେ ଉଦ୍ଧବ ଠାକରେ ନିଜ ପଦବୀ ରୁ ଇସ୍ତଫା ଦେଇଥିଲେ l

ରାଜ ଥାକରେ ଗତ ମାସରେ ଲାଉଡ଼ ସ୍ପିକର କୁ ନେଇ ଉଦ୍ଧବ ଠାକରେ ଙ୍କୁ କହିଥିଲେ ଯେ ତାଙ୍କର ଧର୍ଯ୍ୟର ପରୀକ୍ଷା ନନେବା ଉଚିତ l ରାଜ ଠାକରେ ଏହାମଧ୍ୟ କହିଥିଲେ ଉଦ୍ଧବ ସବୁଦିନ ମୁଖ୍ୟମନ୍ତ୍ରୀ ହୋଇ ରହିବେ ନାହିଁ l

ବର୍ତମାନ ଏକନାଥ ସିନ୍ଧେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ l ପୂର୍ବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଷ ଏହି ଘୋଷଣା କରିଛନ୍ତି l ସେ ଗୋଟିଏ ପ୍ରେସ କର୍ଣଫରେନ୍ସ ରେ ଘୋଷଣା କରିଛନ୍ତି ଯେ ଏହି ନୂତନ ସରକାର ରେ ସେ ସାମିଲ ନାହାନ୍ତି l ବାହାରୁ ସେ ସରକାର କୁ ସମର୍ଥନ କରିବେ l

Leave A Reply