Odisha news

ଅଭିନେତ୍ରୀ ଓ କ୍ରୀକେଟର ରୋହିତ ଶର୍ମାଙ୍କ ପୂର୍ବ ପ୍ରେମିକl ସୋଫିଆ ହାୟାତ ନିଜ ପୂର୍ବ ଜନ୍ମର ଅନ୍ୱେଷଣ କରି ସିଧାସଳଖ ହସ୍ପିଟାଲ ରେ ଭର୍ତି

0

ଅଭିନେତ୍ରୀ ଓ ଭାରତୀୟ କ୍ରିକେଟର ରୋହିତ ଶର୍ମା ଙ୍କ ପୂର୍ବ ପ୍ରେମିକା ସୋଫିଆ ହାୟାତ ନିଜର ପ୍ରଶଂସକ ଙ୍କୁ ସୂଚିତ କରିଥିଲେ ଯେ ସେ ନିଜର ପୂର୍ବ ଜନ୍ମ ବିଷୟରେ ଓ ନିଜ ଆତ୍ମା ସହିତ ଯୋଡି ହୋଇଥିବା ତଥ୍ୟ ବିଷୟରେ ଜାଣିବା ପାଇଁ  ୨୧ ଦିନ ପର୍ଯ୍ୟନ୍ତ ଉପବାସ ରହିବେ l କିନ୍ତୁ ସେ ବର୍ତମାନ ସ୍ପେନ ର ଗୋଟିଏ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି l ସୋଫିଆ ଆଧ୍ୟାତ୍ମିକ ଭାବନା କୁ ନେଇ ଉପବାସ ରଖି ଥିଲେ l କିନ୍ତୁ ଉପବାସ ପ୍ରକ୍ରିୟା କିନ୍ତୁ ତାଙ୍କ ଶରୀରରେ ଗଲାନି ଓ ଶରୀରରେ ସୋଡିୟମ କମିଯିବା କାରଣରୁ ତାଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇ ଥିଲା l

ସେ କହିଛନ୍ତି ଯେ ମୁଁ ସମ୍ପୂର୍ଣ ଏକୁଟିଆ ଅଛି, ମୋ ପରିବାର ମୋ ସହିତ ନାହାନ୍ତି l ମତେ ସ୍ନେହ ର ଆବଶ୍ୟକତା ରହିଛି l କାହିଁକି ନା ଡାକ୍ତର କହିଛନ୍ତି ମୋର ସ୍ଥିତି ଗମ୍ଭୀର ଓ ଜୀବନ ପ୍ରତି ବିପଦ ରହିଛି l ମୁଁ ପୂର୍ବରୁ ମଧ୍ୟ ଉପବାସ ରହିଥିଲି ଓ ଅନୁଭବ କରିଥିଲି ଯେ ଈଶ୍ୱର ମୋ ଚତୁର୍ପାର୍ଶ୍ୱରେ ରହିଛନ୍ତି ଏବଂ ମତେ ସକାରାତ୍ମକ ଉର୍ଜା ମିଳୁଛି l ମତେ ଆଗକୁ ବଢ଼ିବାରେ ଓ ଈଶ୍ୱରଙ୍କ ସାନିଧ୍ୟ ଲାଭ କରିବାରେ ସାହାଯ୍ୟ କରନ୍ତୁ l

ଜୁନ୍ ୨୦୧୬ ରେ ସୋଫିଆ ଘୋଷଣା କରିଥିଲେ ସେ ଆଧ୍ୟାତ୍ମିକ କୁ ଆପଣାଇ ନନ ବା ସାଧବୀ ହୋଇ ଯାଇଛନ୍ତି l ସେ ବିଗ ବସ ରେ ମଧ୍ୟ ନଜର ଆସିଥିଲେ l

Leave A Reply