ମୁମ୍ବାଇ : ସେରଲିନ ଚୋପ୍ରା ରାଜ୍ କୁନ୍ଦ୍ରା ଙ୍କ ଉପରେ ଯୌନ ଉତ୍ପୀଡନ ଆରୋପ ମଧ୍ୟ ଲଗାଇଛନ୍ତି । ଯୁମ୍ ଟିଭି ନିଜର ଗୋଟିଏ ତଥ୍ୟ ପ୍ରଦାନ କରିଛନ୍ତି ଯେ ସେରଲିନ ଚୋପ୍ରା ଚଳିତ ବର୍ଷ ଅପ୍ରେଲ ମାସରେ ରାଜ୍ କୁନ୍ଦ୍ରା ଙ୍କ ବିରୋଧରେ ଯୌନ ଶୋଷଣ ର ଆରୋପ ମଧ୍ୟ ଲଗାଇ ଏଫ୍ ଆଇ ଆର୍ ଦର୍ଜ କରି ଥିଲେ । ସେରଲିନ ଚୋପ୍ରା ରାଜ୍ କୁନ୍ଦ୍ରା ଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା ର ଧାରା ୩୭୬, ଧାରା ୩୮୪ , ୪୧୫,୪୨୦,୫୦୪ ଓ ୫୦୬,୩୫୪ ଏ ବି ଡି ,୫୦୯, ଭାରତୀୟ ଦଣ୍ଡ ସଂହିତା ଧାରା ଅନୁସାରେ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସୂଚନା ପ୍ରଦ୍ୟୋଗୀକ ଅଧିନିୟମ ଅନୁସାରେ ଅଭଦ୍ର ପ୍ରତିନିଧିତ୍ଵ ମଧ୍ୟ ସାମିଲ ରହିଛି । ରାଜ୍ କୂନ୍ଦ୍ରା କେବଳ ଶିଳ୍ପା ସେଟ୍ଟି ଙ୍କୁ ନୁହେଁ ନିକଟତର ଆଉ ଜଣେ କଳାକାର ଙ୍କୁ ଆପ ପାଇଁ ଆଫର ଦେଇଥିଲେ ।
ସେରଲିନ ଚୋପ୍ରା କହିଛନ୍ତି ୨୦୧୯ ରେ ରାଜ୍ କୁନ୍ଦ୍ରା ଙ୍କ ବିଜନେସ ମ୍ୟାନେଜର ତାଙ୍କୁ ଗୋଟିଏ ଅଫର୍ ପାଇଁ ଡାକିଥିଲେ । ଏହି ସମୟରେ ରାଜ୍ ସେରଲିନ ଚୋପ୍ରା ଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ । ସେରଲିନ ଚୋପ୍ରା ରାଜ୍ କୁନ୍ଦ୍ରା ଙ୍କୁ ବିରୋଧ କରି ୱାଶ ରୁମ୍ ଆଡ଼କୁ ଚାଲି ଯାଇଥିଲେ । ସେରଲିନ କହିଛନ୍ତି ଏହି ସମୟରେ ସେ ଖୁବ୍ ଡରି ଯାଇ ଅନେକ ସମୟ ଧରି ୱାସ ରୁମ୍ ରେ ବସି ରହିଥିଲେ ।

Comments are closed.