ବର୍ଷା ଋତୁରେ କେଶ ଝାଡ଼ିବା ପ୍ରାୟ ଦେଖା ଯାଇଥାଏ । ଆମେ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ ସାମଗ୍ରୀ କୁ ବ୍ୟବହାର କରିଥାଉ । ଆମେ ଚିନ୍ତା କରୁ ଯେ ଉଚ୍ଚ ମୂଲ୍ୟର ପ୍ରଡକ୍ଟ କୁ ବ୍ୟବହାର କରି ଆମେ ନିଜର କେଶକୁ ଠିକ୍ ରଖି ପାରିବା । କିନ୍ତୁ ଏହା ଭୁଲ୍ ଧାରଣା । ପୂର୍ବ କାଳର କେତୋଟି ଘରୋଇ ଉପାୟକୁ ଆପଣାଇ ଆମେ ନିଜ କେଶର ଯତ୍ନ ନେଉ ପାରିବା ।
ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ କଣ –
* ସପ୍ତାହକୁ ୨ଥର ମୁଣ୍ଡରେ ତେଲ ମାଲିସ କରିବା ଆବଶ୍ୟକ । କିଛି ନଡ଼ିଆ ତେଲ , କିଛି ମେଥି ଦାନା , ଅଳ୍ପ କଳାଜିରା ଓ କିଛି ଭୃଶୁଙ୍ଗ ପତ୍ର ନେଇ ସବୁ ଏକତ୍ରିତ କରି ଗରମ୍ କରନ୍ତୁ । ଭଲରେ ଫୁଟି ଗଲାପରେ ଏହାକୁ ଗାଧୋଇବା ର ୧ ଘଣ୍ଟା ପୂର୍ବରୁ ମାଲିସ କରନ୍ତୁ । ଏହାପରେ କେଷକୁ ଆୟୁର୍ବେଦିକ ସାମ୍ପୁ ସାହାଯ୍ୟ ରେ ଧୁଅନ୍ତୁ ।
* ଆପଣ ସପ୍ତାହକୁ ଥରେ ଚୁଟି ରେ ପ୍ୟାକ ଲଗାନ୍ତୁ । ସେଥିପାଇଁ ଅଣ୍ଡା ର ଧଳା ଅଂଶ , ଭୃସୁଙ୍ଗ ପତ୍ର , ପିଆଜ ରସ ରେ ଗୋଟିଏ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଣ୍ଡରେ କେଶ କୁ ଶୀରା ଶୀରା କରି ଲଗାନ୍ତୁ । ଏହି ପ୍ୟାକ୍ କେଶ ଝଡ଼ିବାକୁ ଅଟକାଇ ଥାଏ ।
* ବର୍ଷା ଋତୁରେ ଆପଣ ଶାମ୍ପୁ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ । ସାଂପୁ ବଦଳରେ ଗୋଟିଏ ଲୁହା କଡ଼େଇ ରେ ରୀଠା ଫଳ, ଅଁଳା, ସିକାକାଇ ସମାନ ମାତ୍ରରେ ନେଇ ଗୋଟିଏ ଲୁହା କଡ଼େଇ ରେ ୨ଗ୍ଲାସ୍ ପାଣିରେ ଫୁଟାନ୍ତୁ । ଏହା ଫୁଟି ୧ଗ୍ଲାସ୍ ହୋଇଯିବ । ଏହାକୁ ରାତିସାରା ଲୁହା କଡ଼େଇ ରେ ରହିବାକୁ ଦିଅନ୍ତୁ । ସକାଳୁ ତାହାକୁ ଚ୍ଛାଣି ମୁଣ୍ଡରେ ଲଗାନ୍ତୁ । ମୁଣ୍ଡରେ ଲଗାଇବାର ୨ଘଣ୍ଟା ପରେ କେଶ କୁ ଧୋଇ ନିଅନ୍ତୁ । ଏହାଦ୍ବାରା କେଶ ଝଡ଼ିବା କମିଯିବ ।
* ରାତିରେ ଶୋଇବା ପୁର୍ବରୁ କେଶ କୁ ବାନ୍ଧି ନିଅନ୍ତୁ । କେଶ ଖୋଲି ଶୋଇଲେ କେଶ ଅଧିକ ଝଡିଥାଏ ।
* ବର୍ଷା ଋତୁରେ କେଶର କଣ୍ଡିସନର ଆଦୌ ଲଗାଇବା ଉଚିତ୍ ନୁହେଁ । କଣ୍ଡିଶନର ଦ୍ଵାରା ଅଧିକ କେଶ ଝଡି ଥାଏ ।
* ବର୍ଷା ଋତୁରେ ଖାଦ୍ୟ ମଧ୍ୟ କେଶ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ ଖାଦ୍ୟରେ ବାୟୋଟିନ , ଓମେଗା ୩ , ଭିଟାମିନ ବି ଓ ସି ରହିଛି ସେହି ଖାଦ୍ୟ ଖାଇବା ଉଚିତ୍ । ଯେପରିକି ଲେମ୍ବୁ , କମଳା , ଅଣ୍ଡା ଇତ୍ୟାଦି ଓ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ ।
Comments are closed.