ଯଦି ଆପଣ ଶନିବାର ଦିନ ଶନି ଦେବଙ୍କୁ ସନ୍ତୁଷ୍ଟ କରି ପାରିବେ ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ସହଜରେ ହୋଇଯିବ । ମାନ୍ୟତା ଅନୁସାରେ ଶନିବାର ଦିନ ଦାନ ଧର୍ମ କଲେ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।
* ଶନି ଦେବଙ୍କୁ ପୂଜା ଦ୍ଵାରା ସନ୍ତୁଷ୍ଟ କରିହୁଏ । କିନ୍ତୁ ଯଦି ଶନି ଦେବ ଅସନ୍ତୁଷ୍ଟ ହୋଇ ଯାଆନ୍ତି ତେବେ ଜୀବନରେ ସମସ୍ତ ଅସୁବିଧା ଦେଖା ଦେଇଥାଏ ।
* ଶନିବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପିପଳ ବୃକ୍ଷରେ ଜଳ ଅର୍ପଣ କରାଯାଏ । ଏହାପରେ ନିଜର ମନ ସ୍କାମନା ଜଣାନ୍ତୁ ।
* ଏହିଦିନ ପିପଳ ବୃକ୍ଷ ନିକଟରେ ସୋରିଷ ତେଲର ଦ୍ଵିପ ଜଳାଇବ । ଏହାପରେ ଶନି ଦେବଙ୍କ ନିକଟରେ ମଧ୍ୟ ସୋରିଷ ତେଲର ଦ୍ଵିପ ଜଳାଯାଏ ।
* ଗରିବ ଲୋକଙ୍କୁ ଏହି ଦିନ ଦାନ କରାଯିବା ଉଚିତ୍ । ଏହିଦିନ ବିଶେଷ କରି ଲୁହା ଜିନିଷ , କଳା ବସ୍ତ୍ର ଓ ସୋରିଷ ତେଲ ଦାନ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସହଜରେ ହୋଇଯାଏ ।
* ଶନିବାର ଦିନ ଆପଣ ଯଦି ଶନିଙ୍କ ସହିତ ହନୁମାନ ଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ଅସୁବିଧା ଦୂରେଇ ଯାଇଥାଏ । ଏହି ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।
* ଶନିବାର ଦିନ ନଖ ଓ କେଶ କାଟିବା ଉଚିତ୍ ନୁହେଁ । ଏହିଦିନ କାଉ ଓ କୁକୁରଙ୍କୁ ଖାଇବାକୁ ଦେବା ଉଚିତ୍ ।

Comments are closed.