Odisha news

କ୍ରୀଡାମନ୍ତ୍ରୀଙ୍କୁ ଭେଟିଲେ ରାଇନା

0

ନୂଆଦିଲ୍ଲୀ,୨୯ା୧୦(ଏଜେନ୍ସି): ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଗୁରୁବାର କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ସୌଜନ୍ୟମୂଳକ ସାକ୍ଷତ କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଅଣକ୍ରିକେଟ୍‌ କ୍ରୀଡା ଗୁଡିକ ବିକଶିତ ହୋଇପାରିଛି । ବହୁ ନୂଆ ପ୍ରତିଯୋଗୀଙ୍କୁ ଭିନ୍ନ ଭିନ୍ନ କ୍ରୀଡାରେ ସଫଳତା ମିଳୁଥିବା ଆମ ସମସ୍ତଙ୍କ ପାଇଁ ଗୌରବର କଥା ବୋଲି ରାଇନା କହିଛନ୍ତି । ରିଜିଜୁ ସାର୍‌ଙ୍କ ସହ ଭେଟଘାଟ ସନ୍ତୋଷଜନକ ଥିଲା । କ୍ରୀଡା ବିକାଶକୁ ନେଇ ଦୁହେଁ ଆଲୋଚନା କରିଥିଲେ । ଜାଣି ଖୁସି ହେଲି ଯେ, ଦେଶର ପ୍ରାୟ ସବୁ କ୍ରୀଡାକୁ କ୍ରୀଡାମନ୍ତ୍ରୀ ଅଗ୍ରାଧିକାର ଦେଇଛନ୍ତି । ରାଇନା କ୍ରୀଡାମନ୍ତ୍ରୀ ରିଜିଜୁଙ୍କ ସହ ସାକ୍ଷାତ ସମୟର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

Leave A Reply