Odisha news

ଅଦିନିଆ ବର୍ଷା ସାଙ୍ଗକୁ ଟାଣ ଖରା, ଚିନ୍ତାରେ ଚାଷୀ ଲକ୍ଷାଧିକ ଟଙ୍କାର ଧାନ ଚାଷ ନଷ୍ଟ ହେବାର ଆଶଙ୍କ

0

ଯାଜପୁର: ୨୫/୦୭ ଚଳିତ ଶ୍ରାବଣ ମାସ ଶେଷ ହେବାକୁ ଆସିଲାଣି ହେଲେ ସ୍ୱାଭାବିକ ମୌସୁମୀ ବର୍ଷାର ଦେଖାନାହିଁ । ପୂର୍ବରୁ ଶ୍ରାବଣ ମାସରେ ମୂଷଳଧାରାରେ ବର୍ଷା ହେଉଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତ ବର୍ଷ ଟାଣ ଖରା ଦେଖିବାକୁ ମିଳୁଛି । ଯାହାକି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏତେ ବେଳକୁ ଧାନ ଜମିରେ ରୁଆପୋତା ସରିଯିବା କଥା । କିନ୍ତୁ ଯାଜପୁର ଜିଲ୍ଲାର ବହୁ ଅଞ୍ଚଳ ରହିଛି, ଯେଉଁଠି ଜମିରେ ଏପର୍ଯ୍ୟନ୍ତ ଧାନ ତଳି ପଡ଼ିପାରିନାହିଁ ।

ଧାନ ଜମିରେ ପାଣି ଆଭାବରୁ ଶୁଖି ଆଁ କରିଥିବା ବେଳେ ଚାଷୀ ଏବେ ଚଳିତ ଫସଲକୁ ନେଇ ଆଶଙ୍କରେ ପଡ଼ିଛି । ଚଳିତ ବର୍ଷର ସ୍ୱଳ୍ପ ବୃଷ୍ଟି ଯାଜପୁର ଜିଲ୍ଲାର ·ଷୀଙ୍କ ପାଇଁ କାଳ ସାଜିଛି । ଅପ୍ରେଲ ଓ ମେ ମାସର ଆଶାତିତ ବର୍ଷା ପରେ ସଠିକ୍ ସମୟରେ ମୌସୁମୀ ଆସିବା ସହିତ ସ୍ୱଭାବିକ ବୃଷ୍ଟିପାତ ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ଏହାପରେ ଚାଷୀମାନେ ତରତର ହୋଇ ତଳି ପକାଇଥିଲେ । ଜୁନ ଓ ଜୁଲାଇ ମାସରେ ଧାନରୁଆ ପାଇଁ ଆବଶ୍ୟକ ବର୍ଷା ନ ହେବାରୁ ଚାଷ କାର୍ଯ୍ୟକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର ଅନେକ ପଞ୍ଚାୟତରେ ଧାନ କ୍ଷେତ ଫାଟି ଆଁ କଲାଣି ।

ଏପରିକି ବର୍ଷା ଅଭାବରୁ ବହୁଧାନ ତଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ପାଣି ବିନା କେତେକ ଧାନ କ୍ଷେତରେ ଧାନ ତଳି ଝାଉଁଳି ଗଲାଣି । ଅପର ପକ୍ଷେ ଅଳ୍ପ କିଛି ଖାଲୁଆ ଜମିରେ ଚାଷୀ ଉଠାଜଳସେଚନ ପ୍ରଣାଳୀରେ ରୁଆ ପୋତା ସାରିଥିଲେ ହେଁ ବର୍ଷା ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛି । ବିଭିନ୍ନ ଘରୋଇ ବ୍ୟାଙ୍କ ତଥା ଅର୍ଥ ଲଗାଣ କାରୀ ସଂସ୍ଥାରୁ ଆରମ୍ଭ କରି ହାତ ଉଧାରି ଋଣ ଆଣି ଚାଷୀମାନେ ବିହନ, ସାର ଓ କୀଟନାଶକ ଔଷଧ କିଣି ଚାଷକାମରେ ଲଗାଇଛନ୍ତି । ଯଦି ଏହିଭଳି ଅଦିନିଆ ବର୍ଷା ଓ ଟାଣଖରା ଲାଗି ରହେ ତେବେ ଚାଷ ଜମି ଫାଟି ଆଁ କରିବ ଓ ଅନେକ ଧାନ ଗଛ ଶୁଖି ମରିଯିବ ଫଳରେ ଏକର ଏକର ଚାଷ ଜମି ଜଳ ଅଭାବରୁ ନଷ୍ଟ ହେବାର ଆଶାଙ୍କାରେ ଚାଷୀମୁଣ୍ଡରେ ହାତ ଦେଇ ବସିଛି ଏବଂ କରୋନା କଟକଣା ଯୋଗୁଁ ଚାଷୀ କେଉଁ ଆଡ଼େ କାମ କରିବାକୁ ମଧ୍ୟ ଯାଇ ପାରୁନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହେଉଅଛି ।

Leave A Reply