କୋଣାର୍କ : ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ଜିଲ୍ଲା ଭିତରେ ଚିକିତ୍ସା ପାଇଁ ପ୍ରଶାଶନ ତରଫରୁ କୋଣାର୍କ ଶିଶୁ ମାତୃମଙ୍ଗଳ ଡାକ୍ତରଖାନା ଠାରେ ଖୋଲିଥିବା କୋଭିଡ଼ି ସେବା କେନ୍ଦ୍ରକୁ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଜଣ କରୋନା ଆକ୍ରାନ୍ତ ଶୁକ୍ରବାର ଦିନ ଉକ୍ତ ସେବା କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେଥି ମଧ୍ୟରୁ ଚିଲିକାରୁ ୨୨,ଡେଲାଙ୍ଗରୁ୧୦,ବ୍ରହ୍ମଗିର୧୫,ଗୋ ପ୨ ଓ କାକଟପୁରରୁ ୧ ଜଣେ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି।
ଏଠାରେ ସୂଚନା ଥାଉକି କୋଣାର୍କ କୋଭିଡ଼ି ସେବାକେନ୍ଦ୍ରରେ କରୋନା ରୋଗୀ ଙ୍କୁ ସେବା ଯୋଗାଇଦେବାକୁ ପ୍ରାୟ ୪୦ ଜଣ ଡାକ୍ତର ଓ ସ୍ୱାସ୍ଥ କର୍ମୀ ଏଠାରେ ଅବସ୍ଥାପିତ ହୋଇଛନ୍ତି। ସେପଟେ କୋଣାର୍କ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଥିବାରୁ ଅଂଛଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି କାରଣ କୋଣାର୍କ ଏନ ଏ ସି ଓ ଏହାର ଆଖ ପାଖ ଅଂଚଳରୁ କୌଣସି କରୋନା ରୋଗୀ ଆଜି ପର୍ଯ୍ୟନ୍ତ ବାହାରି ନଥିବାବେଳେ ଅନ୍ୟ ଅଂଚଳରୁ ଆକାନ୍ତ ଆସି ଏଠାରେ ଚିକିତ୍ସା ହେବା ଅଂଚଳ ପାଇଁ ବିପଦ ସୃଷ୍ଟି କରୁଛି। ଯାହା ଜିଲ୍ଲାପ୍ରଶାଶନର ଏଭଳି ନିଷ୍ପତ୍ତି କୁ ଅଞ୍ଚଳବାସୀମାନେ ତ୍ରିବ୍ର ବିରୋଧ କରିଛନ୍ତି।
