Odisha news

ବଜରଙ୍ଗ ଦଳ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣାର୍ଥେ ବୈତରଣୀ ଜଳ ପ୍ରେରଣ କରାଇଲେ

0

ଯାଜପୁର: ୨୫/୦୭ ଅଗଷ୍ଟ ମାସ ପାଞ୍ଚ ତାରିଖରେ ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିରର ଭୂମି ପୂଜନ ହେବ, ଦେଶର ବିଭିନ୍ନ ଭାଗରେ ଥିବା ତୀର୍ଥ କ୍ଷେତ୍ର ଓ ଶକ୍ତି ପୀଠରୁ ଜଳ ଓ ମାଟି ସଂଗ୍ରହ କରି ଅଯୋଧ୍ୟା ପ୍ରେରଣ କରାଯିବା ନିମନ୍ତେ ପୂଜ୍ୟ ସାଧୁମାନଙ୍କ ପରାମର୍ଶ ଥିଲା ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ଦଶାଶ୍ୱମେଧ ଘାଟରୁ ବୈତରଣୀ ଜଳ ଓ ମା’ ବିରଜାଙ୍କ ଶକ୍ତି ପୀଠରୁ ମାଟି ଓ ମା’ଙ୍କ ଆଜ୍ଞା ମାଳ କୋରିଅର ମାଧ୍ୟମରେ ଆଜି ପ୍ରେରଣ କରାଯାଇଛି, ପୂର୍ବରୁ ଶ୍ରୀରାମ ଜନ୍ମଭୂମି ଆନେ୍ଦାଳନ ଠାରୁ ଆରମ୍ଭ କରି ସମ୍ପର୍କ ଯାତ୍ରା ଶ୍ରୀରାମ ଜାନକୀ ରଥ ପରିକ୍ରମଣ କରି ସେବା ଏକ ଟଙ୍କା ଗୋଟେ ଇଟା ସଂଗ୍ରହ କାର୍ଯ୍ୟରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବିଶେଷ ଭୂମିକା ନିର୍ବାହ କରି କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଯୋଗଦାନ କରିଥିଲେ, ଭୂମି ପୂଜନ କାର୍ଯ୍ୟରେ ମଧ୍ୟ ଯାଜପୁର ଜିଲ୍ଲା ବି.ହି.ପ ବଜରଙ୍ଗ ଦଳ ତରଫରୁ ଜଳ ଓ ମାଟି ନୀତିକାନ୍ତି ସମ୍ପୂର୍ଣ୍ଣ କରାଯାଇ ପ୍ରେରଣ କରାଗଲା, ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରପାପଡ଼ା ବିଭାଗ ସାମାଜିକ ସମରସତା ପ୍ରମୁଖ ଅରବିନ୍ଦ ଦାସ, ଆଇନିଜିବିି ଶ୍ରୀଧର ନାୟକ, ସେବା ପ୍ରମୁଖ ଦୋଳ ଗୋବିନ୍ଦ ଜେନା, ବଜରଙ୍ଗ ଦଳ ସୂଚନା ପ୍ରମୁଖ ମୃତୁ୍ୟଂଜୟ ପଟ୍ଟନାୟକ, ପ୍ରସାର ପ୍ରମୁଖ ତଥା ବିରଜା ମନ୍ଦିର ପୂଜକ ମଣ୍ଡଳ ସଭାପତି ଦେବୀପ୍ରସାଦ ପାଣି, ବଜରଙ୍ଗ ଦଳର ସରୋଜ କୁମାର ପତି, ସୁଧାଂଶୁ ଶେଖର ଦାସ, ସୁବ୍ରତ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଛନ୍ତି ରାମ ମନ୍ଦିର ଆନେ୍ଦାଳନର ବରିଷ୍ଠ କାର୍ଯ୍ୟକର୍ତ୍ତା ରାମ ଚନ୍ଦ୍ର ବେହୁରିଆ ମାର୍ଗଦର୍ଶନ କରିଥିଲେ ଯାଜପୁର ଜିଲ୍ଲା ବି.ହି.ପ କାର୍ଯ୍ୟକମର୍ତ୍ତା ଅକ୍ଷୟ ବଳ ସମସ୍ତ କାର୍ଯ୍ୟକୁ ସୁ·ରୁ ରୂପେ ତଦାରଖ କରିଥିଲେ, ଶୁଭ୍ରମ ସିଂ, ଉମେଶ ଚନ୍ଦ୍ର ବେହେରା, ପରମେଶ୍ୱର ପଣ୍ଡା, ଶରତ ଚନ୍ଦ୍ର ସାହୁ ପ୍ରମୁଖ ପରି·ଳନା ସହଯୋଗ କରିଥିଲେ ।

Nalco
Leave A Reply