Odisha news

ବିଶେଷ ସୂଚନା : ପୂର୍ବତଟ ରେଳପଥ ମଧ୍ୟରୁ ଅତିରିକ୍ତ ୬ ବିଶେଷ ଟ୍ରେନ ଚଳାଚଳ ହେବ

0

* ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ |

* ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି ଆଡକୁ ସ୍ୱତନ୍ତ୍ର ଟ୍ରେନ୍ |

* ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ସ୍ୱତନ୍ତ୍ର ଟ୍ରେନ୍ |

* ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ 2021 ଦ୍ୱିତୀୟ ସପ୍ତାହରୁ ଚାଲିବ |

* ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ |

01. ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ (02882/02881)

02882/02881 ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ 12 ଜାନୁଆରୀ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୯ଘ.୩୦ମି.ରେ ଏବଂ ପୁନେରୁ 14th ଜାନୁୟାରୀ, 2021 ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ ୧୧ଘ.୧୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

02. ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ (02071/02072)

02071/02072 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ 10 ଜାନୁଆରୀ ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧୨ଘ.୧୦ମି. ରେ ଛାଡିବାକୁ ଥିବାବେଳେ ତିରୁପତିରୁ 11 ଜାନୁୟାରୀ, ୨୦୧୧ ଠାରୁ ପ୍ରତ୍ୟକ ଷୋମବାର ଦିନ ପୂର୍ବାହ୍ନ ୧୦ଘ.୨୫ମି. ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

03. ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ (08503/08504)

08503/08504 ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମରୁ 14 ଜାନୁଆରୀ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ ୦୮ଘ.୨୦ମି.ରେ ଛାଡିବ ଏବଂ 15 ଜାନୁଆରୀ, 2021 ଠାରୁ ସାଇ ନାଗର ସିରିଡ଼ିରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ  |

04. ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ବିଶେଷ ଟ୍ରେନ (08567/08568)

08567/08568 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ 14 ଜାନୁଆରୀ ଠାରୁ ବିଶାଖାପାଟନମରୁ ପ୍ରତ୍ୟେକ ଗୁରୁବାର ଦିନ ସକାଳ ୦୭ଘ.୨୫ମି. ରେ ଛାଡିବ ଏବଂ 15 ଜାନୁଆରୀ, 2021 ଠାରୁ କୋଲାମରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

05. ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ (02007/02008)

02007/02008 ବିଶାଖାପାଟନମରୁ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ 15 ଜାନୁଆରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟା ୭ ଘ.୦୫ମି. ରେ ଛାଡିବ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ 16 ଜାନୁଆରୀ, 2021 ଠାରୁ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

06. ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ପେଶାଲ୍ ଟ୍ରେନ (08309/08310)  

08309/08310 ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ 11 ଜାନୁଆରୀ ଠାରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ପୂର୍ବାହ୍ନ ୧୧ଘଟୀକାରେ ଛାଡିବ ଏବଂ 14th ଜାନୁୟାରୀ, 2021 ଠାରୁ ଜାମ୍ମୁ ତାୱିରୁ ପ୍ରତ୍ୟେକ ଗୁରୁବାର, ଶୁକ୍ରବାର, ରବିବାର ଏବଂ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୪୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

Leave A Reply