Odisha news

ଭାରତର ନାମ ବିହୀନ ରେଲୱେ ଷ୍ଟେସନ, ଯେଉଁଠି କେବଳ ଟଙ୍ଗା ଯାଇଛି ଗୋଟିଏ ହଳଦିଆ ବୋର୍ଡ

0

ଆପଣ ସମସ୍ତେ ରେଳ ଯାତ୍ରା କରିବା ସମୟରେ ଷ୍ଟେସନ ରେ ଟଙ୍ଗା ଯାଇଥିବା ହଳଦିଆ ବୋର୍ଡ ଟିକୁ ଲକ୍ଷ କରିଥିବେ ଯେଉଁଠି ଷ୍ଟେସନ ର ନାମ ଲେଖା ଯାଇଥାଏ, ଏବଂ ସେହି ଷ୍ଟେସନ ନାମରୁ ହିଁ ଟିକେଟ ବୁକିଂ ହୋଇଥାଏ, ଏବଂ ଲୋକେ ଜାଣି ଯାଇ ଥାଆନ୍ତି ଯେ କେଉଁ ଷ୍ଟେସନ ରୁ ଲୋକେ ଚଢ଼ିବେ ଓ ଓଲ୍ହାଇବେ l

କିନ୍ତୁ ଥରେ ଭାବିଲେ ଯଦି ଏଭଳି କୌଣସି ଷ୍ଟେସନ ଥିବ ଯେଉଁଠି ଖାଲି ପଡ଼ିଥିବ ଏହି ହଳଦିଆ ବୋର୍ଡ , ଏବଂ ଲୋକେ କେଉଁଠି ଚଢ଼ିବେ ଏବଂ କେଉଁଠି ଓଲ୍ହାଇବେ କିପରି ଜାଣିବେ ?

ଦେଶରେ ହାୱଡା, ଚେନାଇ ଭଳି ବଡ଼ ବଡ଼ ନାମ ଥିବା ହଜାର ହଜାର ରେଳ ଷ୍ଟେସନ ରହିଛି, କିନ୍ତୁ ଗୋଟିଏ ଏଭଳି ଦେଶ ଭାରତରେ ରହିଛି ଯେଉଁଠି କୌଣସି ନାମ ଲେଖା ଯାଇନାହିଁ, କିନ୍ତୁ ଏହି ଷ୍ଟେସନ କୁ ଟ୍ରେନ ଆସିଥାଏ, ଲୋକେ ଯାଇ ଥାଆନ୍ତି ଆସି ଥାଆନ୍ତି, ଏହି ନାମ ବିହୀନ ରେଳ ଷ୍ଟେସନ ଟି ପଶ୍ଚିମ ବଙ୍ଗରେ, ବର୍ଦ୍ଧମାନ  ସହର ଠାରୁ ଏହି ଷ୍ଟେସନ ମାତ୍ର ୩୫ କିଲୋମିଟର ଦୂର l

ବର୍ଦ୍ଧମାନ ସହର ଠାରୁ ୩୫ କିଲୋମିଟର ଦୂରରେ ଥିବା ଏହି ଷ୍ଟେସନ ଟି ୨୦୦୮ ରୁ ଆରମ୍ଭ ହୋଇଛି, ପ୍ରତିଦିନ ଅନେକ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ଏହି ଷ୍ଟେସନ ଦେଇ ଯିବା ଆସିବା କରିଥାଏ, ଏମିତି ନୁହେଁ କି ଏହି ଷ୍ଟେସନ ର ନାମକରଣ ହୋଇନାହିଁ, ଆରମ୍ଭରୁ ଏହି ଷ୍ଟେସନ ର ନାମ ‘ରେନାଗଡ଼ ‘ ଥିଲା l

କିନ୍ତୁ ଷ୍ଟେସନ ପାଖର ଦୁଇ ଗ୍ରାମବାସି ଙ୍କ ମଧ୍ୟରେ ଝଗଡା ଏଭଳି ସ୍ଥିତି ରେ ପହଂଚି ଥିଲା ଯେଉଁଠି ମାମଲା କୋର୍ଟ କୁ ଯାଇଥିଲା , ଏବଂ ଶୁଣାଣି ନଆସିବା ପର୍ଯ୍ୟନ୍ତ ବୋର୍ଡ କୁ କାଢି ଫିଙ୍ଗି ଦିଆଯିବ ବୋଲି କୁହାଯାଇଥିଲା l  ଯେଉଁଠି ଦେଶର ସମସ୍ତ ରେଳ ଷ୍ଟେସନ ବର୍ଷ ସାରା ଚାଲିଥାଏ ସେଠାରେ ଏହି ଷ୍ଟେସନ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିଥାଏ , ତାହା ପୁଣି ରବିବାର l  କଥାଟି ହେଲା ପ୍ରତି ରବିବାର ଦିନ ଷ୍ଟେସନ ମାଷ୍ଟର ବର୍ଦ୍ଧମାନ ଯାଇ ଟିକଟ ହିସାବ ଜମା କରିଥାଆନ୍ତି l ଏଠାରେ ବିକ୍ରି ହେଉଥିବା ଟିକେଟ ରେ ରେନାଗଡ଼ ଲେଖା ଯାଇଥାଏ l

Leave A Reply