କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଅନ୍ତର୍ଗତ ବିରିବାଟି ନିକଟସ୍ଥ ପରମହଂସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ୍” କାର୍ଯ୍ୟକ୍ରମ ଶୁଣିଲେ:
• କଟକ ରେଳ ଷ୍ଟେସନ (ଓଏମପି/ ଏନଏଚ) ପାର୍ଶ୍ୱ 2ୟ ପ୍ରବେଶକୁ ନିରୀକ୍ଷଣ କରି କାର୍ଯ୍ୟର ଅଗ୍ରଗତି ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା |
• ଜନସାଧାରଣଙ୍କ ଦାବିକୁ ତତକ୍ଷଣାତ ମଞ୍ଜୁରୀ ଦିଆଯାଇଛି _ 1. ପରମହଂସ: ରେଲୱେ ଲାଇନ ନିକଟରେ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ମଞ୍ଜୁରୀ, 2. କନ୍ଦରପୁର ଫ୍ଲାଏଓଭର ଅନୁମୋଦନ; 3. କନ୍ଦରପୁର ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଅନୁମୋଦିତ |
ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆଜି କଟକ ରେଳ ଷ୍ଟେସନର ପୁର୍ନବିକାଶର ଦ୍ୱିତୀୟ ପ୍ରବେଶ ଏବଂ ଜାତୀୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ମାର୍ଗ ଯାଞ୍ଚ କରିଛନ୍ତି |
ଜାତୀୟ ରାଜପଥ ପାର୍ଶ୍ୱରୁ 2ୟ ପ୍ରବେଶ ପଥ ସହିତ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ | ଏହି ନିର୍ମାଣ କାର୍ଯ୍ୟ ମଧ୍ୟରେ କଟକ ରେଳ ଷ୍ଟେସନ ସହରର ଉଭୟ ପାର୍ଶ୍ୱକୁ ସଂଯୋଗ କରିବ | କଟକ ଷ୍ଟେସନର ଜାତୀୟ ରାଜପଥ ପାର୍ଶ୍ୱ ପ୍ରବେଶ ପଥ ବିମାନବନ୍ଦର ପରି ଦେଖାଯାଉଛି ଏବଂ ଯାତ୍ରୀମାନଙ୍କ ଯାତାୟାତ ପାଇଁ ପ୍ରଶସ୍ତ ଅଞ୍ଚଳ ମଧ୍ୟ ଯୋଗାଇ ଦିଆଯାଇଛି | ଜାତୀୟ ରାଜପଥ ଓ ଷ୍ଟେସନର ସଂଯୋଗ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ସହିତ ଉନ୍ନତ ପାର୍କିଂ ସୁବିଧା ବ୍ୟତୀତ ଅଧିକ ନୂତନ ଯାତ୍ରୀ ପରିସେବା ଯୋଗାଇବ | ଏହା ବ୍ୟତୀତ ଏସ୍କାଲେଟର, ଲିଫ୍ଟ ଏବଂ ସିଡ଼ି ଭଳି ଆଧୁନିକ ସୁବିଧା ଯୋଗାଇ ଦିଆଯାଉଛି | କଟକ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ପାର୍ଶ୍ୱର ନିର୍ମାଣ କାର୍ଯ୍ୟ ମଧ୍ୟ ଅଗ୍ରଗତି ସହିତ ଆଗେଇଚାଲିଛି |
ଏହା ପରେ ଶ୍ରୀ ବୈଷ୍ଣବ କଟକ ଅନ୍ତର୍ଗତ ବିରିବାଟି ନିକଟସ୍ଥ ପରମହଂସ ଠାରେ ସ୍ଥାନୀୟ ଲୋକଙ୍କ ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ଲାଇଭ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଅନ୍ତର୍ନିହିତ ଭାବାବେଗ ଶୁଣିଥିଲେ | ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଜନସାଧାରଣଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସୁବିଧା ଯୋଗାଇବା ପାଇଁ ରେଳ ସର୍ବଦା ପ୍ରତିବଦ୍ଧ | ସ୍ଥାନୀୟ ଲୋକଙ୍କ ଦାବିକୁ ତତକ୍ଷଣାତ ଗ୍ରହଣ କରି ଶ୍ରୀ ବୈଷ୍ଣବ ପରମହଂସ ନିକଟ ରେଳ ଲାଇନ କଡରେ ଆପ୍ରୋଚ ରୋଡ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି | ଶ୍ରୀ ବୈଷ୍ଣବ ମଧ୍ୟ ମଧ୍ୟ କନ୍ଦରପୁରରେ ଫ୍ଲାଏଓଭର ବ୍ରିଜ ଏବଂ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS) କାଉଣ୍ଟର ଅନୁମୋଦନ ଘୋଷଣା କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କୁ ସୁବିଧା ଯୋଗାଇବ |