Odisha news

ପ୍ରତିଶୃତି ପୂରଣ କଲେ ରେଳମନ୍ତ୍ରୀ : ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ 14.7 କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ

0

ରେଳ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 21 ଜୁନ୍ 2023 ରେ ତାଙ୍କର ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସମୟରେ ସେମାନଙ୍କର ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ପାଇଁ ନିଧିପଣ୍ଡା ବ୍ରିଜ (ବ୍ରିଜ ନମ୍ବର 259) ନିକଟରେ ଏକ ଉପମାର୍ଗ ନିର୍ମାଣ ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ | ରେଳ ମନ୍ତ୍ରୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ | ରେଳବାଇର ‘ଡିଜାଇନିଂ ଦଳ’ ତୁରନ୍ତ ଉପମାର୍ଗ ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରିଛି ଯାହା ଦକ୍ଷ ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି | ବାଲେଶ୍ୱରର ନିଧିପଣ୍ଡା ବ୍ରିଜ୍ ନିକଟରେ ରେଳବାଇ ଦ୍ୱାରା ଏକ ଉପମାର୍ଗ ନିର୍ମାଣ ପାଇଁ ରେଳ ବୋର୍ଡ ଦ୍ୱାରା 14.7 କୋଟି ଟଙ୍କା ମଞ୍ଜୁର କରାଯାଇଅଛି |

ଖଡ଼ଗ୍ପୁର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ହଳଦୀପଦା – ବାଲେଶ୍ୱର ମଧ୍ୟରେ ନିଧିପଣ୍ଡା ବ୍ରିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ | ଏହି ସେତୁର ତଳେ ଦୁଇ ସ୍ପାନ ମଧ୍ୟରେ ସ୍ଥାନୀୟ ଲୋକମାନେ ଉଭୟ ଯାନବାହାନ ଏବଂ ପଥଚାରୀ ଯାତାୟାତ ପାଇଁ ବ୍ୟବହାର କରୁଛନ୍ତି | ବର୍ଷାଦିନ ସମୟରେ ଏହି ପଥ ଜଳବନ୍ଦୀ ହୋଇଯାଏ ଏବଂ ବ୍ରିଜ୍ ତଳେ ଥିବା ମାର୍ଗଟି ସେଠାରେ ଥିବା ଗ୍ରାମଗୁଡିକ ପାଇଁ ଅପ୍ରତ୍ୟାଶିତ ଭାବେ ସଂଯୋଗ ବିଛିନ୍ନ ହୋଇଯାଏ | ଏହି ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ପାଇଁ ବିକଳ୍ପ, ନିରାପଦ ବ୍ୟବସ୍ଥା ଯୋଗାଇବା ପାଇଁ ସର୍ଭେ କରାଯାଇଥିଲା |  ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଖଡ଼ଗ୍ପୁର ଦିଗରୁ ବ୍ରିଜ ନିକଟରେ 5 ମିଟର ଚୌଡା ଓ 5 ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣ ପ୍ରସ୍ତାବ ଦିଆଯାଇଛି | ଏହି ଉପମାର୍ଗ ଭାରୀ ଯାନ ସମେତ ସମସ୍ତ ପ୍ରକାର ଯାନବାହନ ଯିବା ପାଇଁ ବ୍ୟବହୃତ ହେବ | ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ | ଅତିରିକ୍ତ ଭାବରେ, ବର୍ଷାଦିନ ସମୟରେ ଏହି ଅଞ୍ଚଳ ଜଳପ୍ରବାହ ହେବାର ସମ୍ଭାବନାକୁ ଧ୍ୟାନରେ ରଖି ଦ୍ୱିତୀୟ ଉପମାର୍ଗ ନିର୍ମାଣ ପାଇଁ 4 ମିଟର ଚୌଡା ଓ 2.7 ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣର ପ୍ରସ୍ତାବ ଦିଆଯାଇଛି | ସେତୁର ନିର୍ମାଣ ଶଯ୍ୟା ସ୍ତରଠାରୁ ପ୍ରାୟ 1.6 ମିଟର ହେବ ଏବଂ ପ୍ରବଳ ଜଳ ନିଷ୍କାସନ ସମୟରେ ମଧ୍ୟ ଏହା ଏକ ସବୁଦିନିଆ ରାସ୍ତା ଭାବରେ କାର୍ଯ୍ୟ କରିବ |

ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଏବଂ ନିୟମିତ ନୀରିକ୍ଷଣ ସହିତ ତୁରନ୍ତ 14.7 କୋଟି ଟଙ୍କାର ପ୍ରକଳ୍ପ ଏବଂ ପାଣ୍ଠିକୁ ମଞ୍ଜୁର କରାଯାଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଦିଆଯାଇ କାର୍ଯ୍ୟକାରୀ କରାଯିବ 

IEC 2 years
Leave A Reply