ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ପ୍ରତ୍ୟେକ ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାରେ ଆନେ୍ଦାଳନ କରୁଛି ବିଜେପି : ମନମୋହନ ସାମଲ
ରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷା ନୀତି କାରଣରୁ ଶିକ୍ଷକମାନେ ରାଜରାସ୍ତାରେ ଆନେ୍ଦାଳନରତ
ଗୁଣୁପୁର, ରାମଣାଗୁଡା ଏବଂ ବିଷମକଟକଠାରେ ଆନେ୍ଦାଳନରତ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କରିଥିଲେ
ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି
ଗୁଣୁପୁରଠାରେ ପୁଲୱାନା ସହିଦ ପୀତବାସ ବେହେରାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଘରୁ ମାଟି ସଂଗ୍ରହ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ ରାଜ୍ୟ ସଭାପତି
କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କଲେ ରାଜ୍ୟ ସଭାପତି
ଗୁଣୁପୁର/ବିଷମକଟକ/ଭୁବନେଶ୍ୱର, ତା.୧୪/୦୯: ଶିକ୍ଷକମାନେ ସମାଜର ମେରୁଦଣ୍ଡ । ଶିକ୍ଷକମାନେ ଭବିଷ୍ୟତ ପିଢ଼ୀର ନିର୍ମାଣକାରୀ । ପ୍ରାଥମିକ ଶିକ୍ଷାବ୍ୟବସ୍ଥା ସୁଦୃଢ ହେବା ଉଚିତ୍ । ମାତ୍ର ରାଜ୍ୟରେ ବିଜେଡି ସରକାରର ଶିକ୍ଷାମାରଣ ନୀତି କାରଣରୁ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଶିକ୍ଷକମାନେ ନିଜର ମୈାଳିକ ସୁବିଧା ଓ ନ୍ୟାର୍ଯ୍ୟ ହକ୍ ପାଇଁ ବାରମ୍ବାର ଆନେ୍ଦାଳନ କରୁଥିଲେ ସୁଦ୍ଧା ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ବିଭିନ୍ନ ସମସ୍ୟା ଘେରରେ ଥିବା ଶିକ୍ଷକମାନେ ବାରମ୍ବାର ପ୍ରତାରଣାର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷା ନୀତି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷା ମନୁଷ୍ୟକୁ ଦିଗ୍ଦର୍ଶନ ଦିଏ କିନ୍ତୁ ସେହି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନଷ୍ଟ କରିସାରିଛନ୍ତି । ଦୀର୍ଘଦିନ ହେବ ରାଜ୍ୟ ସରକାର ସ୍କୁଲରେ ଠିକାନିଯୁକ୍ତି ଦେଉଛନ୍ତି, ସ୍କୁଲର ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଠି ଶିକ୍ଷକ ଅଛନ୍ତି ସେମାନଙ୍କୁ ଦରମା ଦେଉନାହାନ୍ତି । ଶିକ୍ଷାଦାନ ଛାଡି ରାଜରାସ୍ତାରେ ଆନେ୍ଦାଳନ କରୁଛନ୍ତି ଲକ୍ଷ ଲକ୍ଷ ଶିକ୍ଷକ । ଏନେଇ ଆଜିଠୁ ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ଓ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରୁଥିବା ଶିକ୍ଷକମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଗୁଣୁପୁର, ରାମଣାଗୁଡା ଏବଂ ବିଷମକଟକଠାରେ ଭେଟି ତାଙ୍କ ଦାବୀ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏଥି ସହ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ ଗାଁ, ପଂଚାୟତ, ବ୍ଲକ, ଜିଲ୍ଲାସ୍ତରରେ ଆନେ୍ଦାଳନ ପାଇଁ ଡାକରା ଦେଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଦକ୍ଷିଣ ଓଡିଶା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି । ଗୁଣୁପୁରଠାରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ସାମଲଙ୍କୁ ପ୍ରସିଦ୍ଧ ସିଦ୍ଧ ବିନାୟକ ମନ୍ଦିରକୁ ଆସି ଦର୍ଶନ କରିଥିଲେ । ଏହାପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପୁଲୱାନା ସହିଦ ପୀତବାସ ବେହେରାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଘରୁ ମାଟି ସଂଗ୍ରହ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ । ରାୟଗଡା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ସ୍ୱର୍ଗତଃ ରବି ପାଢୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରୀ ସାମଲ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାମଣାଗୁଡାଠାରେ ଅନୁଷ୍ଠିତ ହୋଇଥିବା ବିଧାନସଭାସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ।
ଏହା ପରେ ରାଜ୍ୟ ସଭାପତି ବିଷମ କଟକ ଗସ୍ତରେ ଯାଇ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେବା ସହିତ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
